ଆସନ୍ତା ମାସରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଆସନ୍ତା ମାସ ଡିସେମ୍ବର ୬ ତାରିଖରେ ଭାରତ ଆସିବେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ।ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ପୁଟିନ ୨୧ତମ ଭାରତ-ରୁଷ ବାର୍ଷିକ ସମ୍ମିଳନୀରେ ଯୋଗଦେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏହି ସମ୍ମିଳନୀରେ ଯୋଗ ଦେବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଡିସେମ୍ବର ୬ରେ ଭାରତ ଓ ରୁଷର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦିଲ୍ଲୀରେ ପ୍ରଥମ ଥର ୨+୨ ବାର୍ତ୍ତାର ଆୟୋଜନ ହେବାକୁ ଯାଉଛି ।

ବୈଠକରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ରୁଷର ବୈଦେଶିକ ମନ୍ତ୍ରୀ ସର୍ଗେଇ ଲାଭରୋଭ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସର୍ଗେଇ ଶୋଇଗୁ ସାମିଲ୍‌ ହେବେ । ଅନ୍ୟପକ୍ଷରେ ରୁଷର ଦୁଇ ମନ୍ତ୍ରୀ ଡିସେମ୍ବର ୫ରେ ଭାରତରେ ପହଞ୍ଚିବେ ବୋଲି ଜଣାପଡିଛି । ରୁଷ ଦୂତାବାସର ମୁଖପାତ୍ର କହିଛନ୍ତି ଯେ, ଦୁଇ ଦେଶର ମନ୍ତ୍ରୀ ଏସିଆ-ପ୍ରଶାନ୍ତ କ୍ଷେତ୍ରର ସ୍ଥିତି ଏବଂ ଆଫଗାନିସ୍ତାନ-ସିରିଆ ପ୍ରସଙ୍ଗ ସହିତ ଆଞ୍ଚଳିକ ଏବଂ ଅନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରାଯିବ ।