ପାକିସ୍ତାନ ଓ ଚୀନ ବର୍ଡରରେ ମୁତୟନ ହେବ ଏସ-୪୦୦

ଧିରେ ଧିରେ ସମସ୍ତ ରାଡାରକୁ ତାହାର ଏଲଏସିଏସ ସିଷ୍ଟମ ସହିତ ଯୋଡାଯାଉଛି….

ନୂଆଦିଲ୍ଲୀ: ଚୀନ ସୀମାରେଖାଠାରେ ଏକ ପ୍ରକାରରେ ଶାନ୍ତି ପ୍ରତିଷ୍ଠା ଉଦ୍ୟମ ଲାଗି ଷୋଡ଼ତମ ପର୍ଯ୍ୟାୟ ସାମରିକ ସ୍ତରର ଆଲୋଚନା ଜାରି ରଖିଥିଲେ ମଧ୍ୟ ସୀମାରେ ଉପଦ୍ରବ ପାଇଁ ଯୋଜନା କରୁଥିବାରୁ ଆମ ସେନା ଚାଲବାଜ ଚୀନ ସେନା ସହ ମୁକାବିଲା ଲାଗି ମଧ୍ୟ ସମ୍ପୂର୍ଣ୍ଣ ପ୍ରସ୍ତୁତି ଜାରି ରଖିଛି । ବାୟୁସେନା ଅଧ୍ୟକ୍ଷ କହିଛନ୍ତି ଯେ ଏସ-୪୦୦ ମିସାଇଲ ପାକିସ୍ତାନ ସହ ଚୀନ ସୀମା ସଂଲଗ୍ନ ବର୍ଡରରେ ମଧ୍ୟ ମୁତୟନ କରାଯାଉଛି । ଭାରତୀୟ ବାୟୁସେନାଧ୍ୟକ୍ଷ ଚୀନର ଅନୁପ୍ରବେଶ ପ୍ରସଙ୍ଗ ଉପରେ କହିଥିଲେ ଯେ ପୂର୍ବ ଲଦାଖ ସେକ୍ଟରରେ ଏଲଏସି ସହିତ ରାଡାର ମୁତୟନ ଆରମ୍ଭ କରାଯାଇଛି । ଧିରେ ଧିରେ ସମସ୍ତ ରାଡାରକୁ ତାହାର ଏଲଏସିଏସ ସିଷ୍ଟମ ସହିତ ଯୋଡାଯାଉଛି ।

ତଦ୍ୱାରା ସହଜରେ ଏଲଏସିର ଅତିକ୍ରମଣକୁ ବାୟୁ ଗତିବିଧି ଦ୍ୱାରା ନିରୀକ୍ଷଣ କରାଯାଇପାରିବ । ଏୟାର ଚିଫ ମାର୍ଶାଲ କହିଥିଲେ ଯେ, ଆମେ ସୀମା ସହିତ ସ୍ଥଳ ଭାଗରୁ ଆକାଶମାର୍ଗରେ ଅସ୍ତ୍ର ରଖିବାର କ୍ଷମତାକୁ ମଧ୍ୟ ବୃଦ୍ଧି କରିଛୁ । ଏହା ସହିତ ନିରୀକ୍ଷଣ ଲାଗି ମୋବାଇଲ ପୋଷ୍ଟ ବୃଦ୍ଧି କରାଯାଇଛି ।