ସ୍କୁଲରେ ଖୁବଶୀଘ୍ର ଲାଗୁ ହେବ ନୂଆ ଡ୍ରେସ କୋର୍ଡ

କୋଲକାତା : ପଶ୍ଚିମବଙ୍ଗ ସରକାର ରାଜ୍ୟର ସମସ୍ତ ସରକାରୀ ସ୍କୁଲରେ ଏକ ନୂଆ ଡ୍ରେସ କୋର୍ଡ ଲାଗୁ କରିବାକୁ ଯାଉଛନ୍ତି । ରିପୋର୍ଟ ଅନୁସାରେ ପଶ୍ଚିମବଙ୍ଗରେ ଥିବା ସମସ୍ତ ସରକାର, ଅର୍ଦ୍ଧ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ଛାତ୍ରଛାତ୍ରୀମାନେ ନୀଳ ଓ ଧଳା ରଂଗର ପୋଷାକ ପିନ୍ଧିବେ । ଏହି ନୂଆ ଡ୍ରେସ କୋର୍ଡ ପଶ୍ଚିମବଙ୍ଗ ସରକାରଙ୍କ ବିସ୍ୱା ବାଙ୍ଗଲା ଲୋଗୋ ମଧ୍ୟ ରହିବ । ଏହାର ଡିଜାଇନ ନିଜେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ପ୍ରି-ପ୍ରାଇମେରିରୁ ୮ମ ଶ୍ରେଣୀ ଯାଏଁ ଛାତ୍ରମାନେ ଧଳା ସାର୍ଟ ଓ ନେଭି ବ୍ଲୁ ପ୍ୟାଣ୍ଟ ପିନ୍ଧିବେ । ସେହିପରି ଛାତ୍ରୀମାନଙ୍କୁ ନେଭି ବ୍ଲୁ ଫ୍ରକ ଓ ସାଲୱାର କମୀଜ ସହିତ ଧଳା ସାର୍ଟ ଡ୍ରେସ କୋର୍ଡ ସୁନିଶ୍ଚିତ କରାଯାଇଛି । ସେହିପରି ଏହି ଡ୍ରେସ କୋର୍ଡ ଡ୍‌ରେସ କୋର୍ଡରେ ସରକାରଙ୍କ ଦ୍ୱାରା ସ୍ୱୀକୃତୀପ୍ରାପ୍ତ ଲୋଗୋ ରହିବ । ଏପରିକି ସରକାରଙ୍କ ଦ୍ୱାରା ଦିଆଯିବାକୁ ଥିବା ବ୍ୟାଗରେ ମଧ୍ୟ ବିସ୍ୱା ବାଙ୍ଗଲା ଲୋଗୋ ରହିବ ।