ଆଫଗାନିସ୍ତାନ/ନୁଆଦିଲ୍ଲୀ,(ଏସ୍ ନ୍ୟୁଜ୍): ଆଫଗାନିସ୍ତାନରେ ତାଲିବାନୀମାନଙ୍କ କାବୁଲ ଦଖଲ କରି ଦେଶ ଛାଡି ପଳାୟନ କରୁଛନ୍ତି ହଜାର ହଜାର ଆଫଗାନିସ୍ତାନ । ସୋମବାର ଦିନ କାବୁଲ ବିମାନବନ୍ଦରରେ ସୃଷ୍ଟି ହୋଇଛି ଜନ ସମୁଦ୍ର । ବିମାନ ପାର୍କିଂ ଚତୁର୍ଦ୍ଧିଗରେ ଲୋକେ ଘେରି ରହିଛନ୍ତି । ଯେଉଁମାନେ ଭିତରକୁ ପ୍ରବେଶ କରିବା ପାଇଁ କବାଟ ଭିତରକୁ ଯିବା ପାଇଁ ନିଜ ନିଜ ମଧ୍ୟରେ ଯୁଦ୍ଧ କରୁଛନ୍ତି । ଏହି ସମୟରେ ଅନେକ ବିମାନରେ ଚଢି ନପାରି ଅସହାୟ ହୋଇପଡୁଥିବା ମଧ୍ୟ ଦେଖିବାକୁ ମିଳୁଛି ।
ତାଲିବାନ ଦେଶର ଶାସନ ଭାର ନିଜ ହାତକୁ ନେବା ପରେ ଲୋକମାନେ ସବୁ ଆଶା ଛାଡି ଦେଶରୁ ପଳାୟନ କରିବାକୁ ଚିନ୍ତା କରିଛନ୍ତି । ତେବେ ଏତେ ମାତ୍ରାରେ ଜନତାଙ୍କୁ ନିୟନ୍ତ୍ରଣ କରିବା ପାଇଁ ଆମେରିକାର ସୈନ୍ୟମାନେ ବିମାନବନ୍ଦରରେ ଗୁଳି ଚଳାଇବାକୁ ବାଧ୍ୟ ହୋଇଛନ୍ତି । ଜଣେ ପ୍ରତ୍ୟକ୍ଷଦର୍ଶି ଗଣମାଧ୍ୟମକୁ କହିଛନ୍ତି ଯେ ସେଠାରେ ବହୁ ଭୟାନକ ପରିସ୍ଥିତି ସୃଷ୍ଟି ହୋଇଛି । ଲୋକ ମାନଙ୍କୁ ନିୟନ୍ତ୍ରଣ କରିବାକୁ ସେନା ଫାଙ୍କାରେ ଗୁଳି ଚଳାଇଛି ।