ଭୁବନେଶ୍ୱର (ଏସ୍ ନ୍ୟୁଜ): ଆଜିଠାରୁ ଆରମ୍ଭ ହେବାକୁ ଯାଉଛି ଦ୍ଵିତୀୟ ପର୍ଯ୍ୟାୟ ଜେଇଇ ମେନ ପରୀକ୍ଷା। ଇଞ୍ଜିନିୟରିଂ ପାଠ୍ୟକ୍ରମରେ ନାମଲେଖା ଲାଗି ସର୍ବଭାରତୀୟସ୍ତରରେ NTA ଦ୍ୱାରା ପରୀକ୍ଷା ପରିଚାଳିତ ହେଉଛି । ୧୮ତାରିଖ ପର୍ଯ୍ୟନ୍ତ ଏହି ଚାଲିବ। ଦେଶର ୩୩୧ଟି ସହରରେ ପରୀକ୍ଷା ହେଉଥିବା ଜଣାଯାଇଅଛି ।
କରୋନା ମହାମାରୀ ଲାଗି ଚଳିତବର୍ଷ ୪ଟି ସେକ୍ସନ୍ରେ ପରୀକ୍ଷା ହେଉଛି। କମ୍ପ୍ୟୁଟର୍ ବେସ୍ଡ ଟେଷ୍ଟ ବା CBT ମାଧ୍ୟମରେ ପରୀକ୍ଷା କରାଯାଉଛି। ଓଡ଼ିଶାର ୧୭ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଛି। ରାଜ୍ୟର ପ୍ରାୟ ୩୦ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷାରେ ଭାଗ ନେବେ । ପ୍ରତିଦିନ ଦୁଇଟି ସିଟିଂରେ ପରୀକ୍ଷା ହେବାର ଯୋଜନା ରହିଛି । ପୂର୍ବାହ୍ନ ୯ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ପ୍ରଥମ ଓ ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ମଧ୍ୟରେ ଦ୍ୱିତୀୟ ସିଫ୍ଟ ପରୀକ୍ଷା ହେବ।