ମରମ କଥା: ସହିଦ ମାନ୍ୟତା ପାଇବା ପାଇଁ ଯବାନଙ୍କ ପରିବାରକୁ ୩୦ ବର୍ଷ ଅପେକ୍ଷା କରିବାକୁ ପଡ଼ିଲା

ଦେଶ ପାଇଁ ଲଢ଼ିବେ, ଜୀବନ ଉତ୍ସର୍ଗ କରିବେ । ମାତ୍ର ବଳିଦାନ ମାନ୍ୟତା ପାଇବା ପାଇଁ ଉଚ୍ଚତମ ଅଦାଲତଙ୍କ ଶରଣାପନ୍ନ ହେବେ । ଏ କଥା ଭାବିଲା ବେଳକୁ ଆମ ସରକାରଙ୍କ ଶାସନ ବ୍ୟବସ୍ଥା ପ୍ରତି ଅଙ୍ଗୁଳି ଉଠାଇବାକୁ ପଡୁଛି । ଆତଙ୍କୀ ସହିତ ହାତାହାତି ଅବା ମୁହାଁମୁହିଁ, ଦେଶର ଅଖଣ୍ଡତା ଓ ସାର୍ବଭୌମତ୍ୱ ସୁରକ୍ଷା ମିଶନରେ ସାମିଲ ସିଆରପିଏଫ୍‌, ଆସାମ ରାଇଫଲ୍ସ, ବିଏସ୍‌ଏଫ୍‌ ଯବାନଙ୍କ ବୀରଗତିକୁ ଭାରତୀୟ ସେନା ଯବାନଙ୍କ ଭଳି ବଳିଦାନ ମାନ୍ୟତା ମିଳୁ ନଥିଲା ।

ଏପରିକି ବୀରଗତି ଲାଭ କରିଥିବା କିଛି ଅର୍ଦ୍ଧ ସାମରିକ ଯବାନଙ୍କ ପାର୍ଥିବ ଶରୀରକୁ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇ ନଥିଲା । ସେହିଭଳି ଏକ ଉଦାହରଣ ହେଉଛନ୍ତି ବିଏସ୍‌ଏଫ୍‌ ଯବାନ ପ୍ରେମ ସିଂହ ରାୱତ । ପରିବାର ଲୋକ ପ୍ରେମ ସିଂ ରାୱତଙ୍କ ଅନ୍ତିମ ଦର୍ଶନ କରି ପାରିଲେନି । ରାୱତଙ୍କ ପ୍ରତୀକ ସ୍ୱରୂପ ପରିବାର ନିକଟକୁ ଫେରିଥିଲା ତାଙ୍କର ସର୍ଭିସ ବୁକ୍‌, କିଛି ଫଟୋ ଓ ପୋଷାକପତ୍ର । ସେଦିନର ଘଟଣାକୁ ଭୁଲି ପାରି ନଥିଲେ ପରିବାର ।

ଦୀର୍ଘ ୩୦ ବର୍ଷ ପରେ ରାୱତଙ୍କ ପରିବାରକୁ ମିଳିଥିଲା ସହିଦ ପ୍ରମାଣପତ୍ର । ରାୱତଙ୍କୁ ସହିଦ ମାନ୍ୟତା ମିଳିବା ପରେ ପରିବାର ଲୋକଙ୍କ ଛାତି ଫୁଲିଯାଇଚି ।

ବିଏସ୍‌ଏଫ୍‌ କମାଣ୍ଡେଂଟ ଅଫିସର ଦିନେଶ ସିଂ କହିଛନ୍ତି, ସମୟ ବଦଳି ଯାଇଛି । ଏବେ ଯେ କୌଣସି ଅପରେସନ୍‌ ସମୟରେ ଦେଶ ପାଇଁ ଜୀବନ ଉତ୍ସର୍ଗ କରୁଥିବା ବୀର ଯବାନଙ୍କୁ ସହିଦ ମାନ୍ୟତା ଦେବାର ନିୟମ କାର୍ଯ୍ୟକାରୀ ହୋଇଛି ।