ଠେଙ୍ଗାରେ ପିଟିପିଟି ବାପାଙ୍କୁ ମାରିଦେଲା ପୁଅ

ଲକ୍ଷେ୍ନø: ୟୁପିର ସୋନଭଦ୍ର ଅଂଚଳରେ ଛୋଟ କଥାରେ କ୍ରୋଧାନ୍ଧ ଯୁବକ ତାବାପାକୁ ପିଟିପିଟି ମାରିବା ପରେ ଫେରାର ହୋଇଯାଇଛି ବାପାଙ୍କ ମୃତଦେହକୁ ଘରେ ପୁରାଇ ବାହାରୁ ତାଲା ପକାଇ ଯୁବକ ଜଣକ ପଳାୟନ କରିଥିଲା

ସଂପର୍କୀୟ ଲୋକଙ୍କ ନିକଟରୁ ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଂଚି ଘର ଭିତରୁ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି ମାମଲା ରୁଜୁ କରି ପୁଲିସ ଅଭିଯୁକ୍ତ ପୁଅକୁ ତଲାସ କରୁଛି

ସୂଚନା ମୁତାବକ ରବର୍ଟସଗଞ୍ଜ ଅନ୍ତର୍ଗତ ସହିଜନ ଖୁର୍ଦ ନିବାସୀ ୫୦ ବର୍ଷୀୟ ରାମରାଜ ଗତ ଶନିବାର ନିଶାସକ୍ତ ଅବସ୍ଥାରେ ଘରେ ପହଂଚି ଥିଲେ ତାଙ୍କର ୨୫ ବର୍ଷୀୟ ପୁଅ ସନ୍ତୋଷ ମଦ୍ୟପ ବାପାକୁ ଗାଳିମନ୍ଦ କଲା ବାପପୁଅ ପାଟିତୁଣ୍ଡ କ୍ରମେ ଉଗ୍ରରୂପ ଧାରଣ କଲା

ଉତ୍ୟକ୍ତ ପୁଅ ଗୋଟିଏ ଠେଙ୍ଗା ଧରି ବାପାଙ୍କୁ ନିର୍ଘାତ ପିଟିଲା ଘଟଣାସ୍ଥଳରେ ରାମରାଜଙ୍କ ପ୍ରାଣବାୟୁ ଉଡିଗଲା ଅଭିଯୁକ୍ତ ସନ୍ତୋଷ ବାପାର ମୃତଦେହକୁ ଘର ଭିତରେ ରଖି ବାହାରେ ତାଲା ପକାଇ କୁଆଡେ଼ ଚାଲିଗଲା ସଂପର୍କୀୟ ଲୋକମାନେ କହିଛନ୍ତି ଯେ ସନ୍ତୋଷର ମୁଣ୍ଡ ଠିକ ନାହିଁ