ନୂଆଦିଲ୍ଲୀ : ଅଣ୍ଡର-୧୯ ବିଶ୍ୱକପ ମ୍ୟାଚ୍ ଚାଲିଥିବା ଭୁକମ୍ପରେ ଝଟକାରେ ଥରିଲା ଷ୍ଟାଡିୟମ । ଜିମ୍ବାୱେ-ଆୟାରଲାଣ୍ଡ ମଧ୍ୟର ଖେଳାଯାଉଥିବା ମ୍ୟାଚ୍ ବେଳେ ଏହି ଘଟଣା ଘଟିଛି । ସୂଚନାନୁସାରେ ଜିମ୍ବାୱେ-ଆୟାରଲାଣ୍ଡ ହଠାତ ଭୂମିକମ୍ପର ଝଟକା ଲାଗିଥିଲା ଯାହା ଷ୍ଟାଡିୟମ ଦୋହଲିବାକୁ ଲାଗିଥିଲା । କିନ୍ତୁ ମ୍ୟାଚ ଏହାର କୌଣସି ପ୍ରଭାବ ପଡିନଥିଲା । ତେବେ ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଜୋରଦାର ଭାଇରାଲ ହେବାରେ ଲାଗିଛି ।
ସବୁଠୁ ବଡ କଥା ହେଲା ଏହି ଭୁକମ୍ପ ବେଳେ ଖେଳାଳିମାନେ କିନ୍ତୁ କିଛି ଜାଣିପାରି ନଥିଲେ ସୁଦ୍ଧା କମେଣ୍ଟ୍ରି କରୁଥିବା ଭାଷ୍ୟକାରମାନେ ଏ ନେଇ ସୂଚନା ଦେଇଥିଲେ । ବକ୍ସ ଦୋହଲିବା ସହ ଏକ ଟ୍ରେନ୍ ଯାଉଥିବା ଭଳି ଲାଗୁଥିବା ବୋଲି ଭାଷ୍ୟକାର କହିଥିଲେ । ଅନ୍ୟପକ୍ଷରେ ଆୟାରଲାଣ୍ଡ ବୋର୍ଡ ଏହି ଭୂମିକମ୍ପ ଘଟଣା ଟ୍ୱିଟ୍ କରି ସୂଚନା ଦେଇଛି ।