ବାତ୍ୟା ଗୁଜବକୁ ଶୁଣନ୍ତୁନି

ସାମୁଦ୍ରିକ ବାତ୍ୟାଦାନା ସଂପର୍କରେ ନାନା ମନଗଢ଼ା କଥା କହି କିଛି ଗଣମାଧ୍ୟମ ଅଧିକ ଦର୍ଶକ ପାଇବା ଆଶା ରଖିଛନ୍ତି ଦାନା ବିକଟାଳ ଚେହେରା ସଂପର୍କରେ ଲୋକଙ୍କୁ ଡରାଇବାର ଉଦ୍ୟମ କରୁଛନ୍ତି ତିଳକୁ ତାଳ କରି ଉପକୂଳ ବାସୀଙ୍କ ମନରେ ଛନକା ସୃଷ୍ଟି କରୁଛନ୍ତି ଲୋକମାନେ ଯେତିକି ମାତ୍ରାରେ ଡରିବେ, ସଂପୃକ୍ତ ଗଣମାଧ୍ୟମ ସେତିିକି ମଜା ନେବ ବୋଲି ଭାବୁଛନ୍ତି

ଓଡ଼ିଶା ଉପକୂଳର କୋଉ ଅଂଚଳକୁ ବାତ୍ୟା ସ୍ପର୍ଶ କରିବ, ସେ ସଂପର୍କରେ ପାଣିପାଗ ବିଭାଗ ଏବେ ମଧ୍ୟ ଜାଣିପାରିନି ମାତ୍ର କିଛି ଗଣମାଧ୍ୟମ ସେ ବିଷୟରେ ଆଗୁଆ ସୂଚନା ଦେଇ ଲୋକଙ୍କୁ ଡରାଉଛନ୍ତି ସୋମବାର ଅପରାହ୍ଣ ସୁଦ୍ଧା ପାଣିପାଗ ବିଭାଗର ବାତ୍ୟାର କରାଳ ରୂପ ସଂପର୍କରେ ସ୍ପଷ୍ଟ ଚିତ୍ର ପ୍ରଦାନ କରିନି

କିନ୍ତୁ କିଛି ଗଣମାଧ୍ୟମ ପ୍ରଚାର କରୁଛନ୍ତି ଯେ ବାତ୍ୟାଟି ପାରାଦ୍ୱୀପ, ପୁରୀକୋଣାର୍କ ବେଳାଭୂମି, ଧାମରା, ରାଜକନିକା ଉପକୂଳରେ ପିଟିହେବ ଲୋକମାନଙ୍କୁ ଆମ ଗଣମାଧ୍ୟମ ପକ୍ଷରୁ ଜଣାଇ ଦିଆଯାଉଛି କି ସେମାନେ ଜାତୀୟ ଅବା ଆଂଚଳିକ ଦୂରଦର୍ଶନରେ ପ୍ରସାରିତ ବାତ୍ୟା ସୂଚନାକୁ ସତ ମଣିପାରିବେ

ଦାନା ପ୍ରଭାବରେ ଘଂଟାକୁ ସର୍ବାଧିକ ୧୫୦ କିଲୋମିଟର ପବନ ବହିବାର ପୂର୍ବାନୁମାନ କରାଯାଉଛି ପୂର୍ବାନୁମାନ ଅନୁସାରେ ଆମକୁ ସତର୍କ ରହିବା ପାଇଁ କୁହାଯାଉଛି ଉପକୂଳ ଓଡ଼ିଶାରେ ଅଧିକ କ୍ଷତି ହେବାର ଆଶଙ୍କା କରାଯାଉଛି ତେଣୁ କଟକ, ପୁରୀ, ଜଗତସିଂପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଜିଲ୍ଲାର ଲୋକମାନେ ସତର୍କ ରହିବାକୁ କୁହାଯାଉଛି ବାତ୍ୟା ପ୍ରକୋପରେ ଉପକୂଳ ଗଞ୍ଜାମରେ ଭୀଷଣ ବର୍ଷା ହୋଇପାରେ ସମୁଦ୍ର ଅଶାନ୍ତ ରହିବ ୨୬ ତାରିଖ ସକାଳ ସୁଦ୍ଧା ବାତ୍ୟା ଓଡ଼ିଶା ଉପକୂଳରୁ ଦୂରକୁ ଚାଲିଯିବ