ବୁଲଡୋଜର ଚାଳନା ଅଟକାଇଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମୁସଲିମ ଶିକ୍ଷାନୁଷ୍ଠାନ ‘ମଦ୍ରାସା’ ଉପରେ ବୁଲଡୋଜର ଚଳାଇବା ପ୍ରତି ସାମୟିକ କଟକଣା ଲଗାଇଛନ୍ତି ମହାମାନ୍ୟ ସୁପ୍ରିମକୋର୍ଟ । ୟୁପି ସରକାରଙ୍କ ଯୁକ୍ତି ଥିଲା ଯେ ମଦ୍ରାସାଗୁଡ଼ିକରେ ପାଠ ପଢ଼ାଇବା ଛଡ଼ା ଅସାମାଜିକ କାର୍ଯ୍ୟକଳାପ ଚାଲିଛି । ବିଶେଷ କରି ସାମ୍ପ୍ରଦାୟିକ ଦଙ୍ଗା ଭଳି କାମରେ ମଦ୍ରାସାଗୁଡ଼ିକ ବିବାଦୀୟ ଭୂମିକା ତୁଲାଉଛନ୍ତି ।

ମାନ୍ୟବର ସୁପ୍ରିମକୋର୍ଟ ଆଦେଶ ମୁତାବକ ଅକ୍ଟୋବର ପହିଲା ପର୍ଯ୍ୟନ୍ତ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ବନ୍ଦ ରହିବ । ମାତ୍ର ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ତିଆରି ରାସ୍ତା, ପାଦଚଲା ରାସ୍ତା, ରେଳଲାଇନ୍‌ ସମେତ ଅନ୍ୟାନ୍ୟ ସାର୍ବଜନୀନ ସ୍ଥାନଗୁଡ଼ିକ ମାଡ଼ି ବସିଥିବା ଲୋକଙ୍କ ବିରୋଧରେ ବୁଲଡୋଜର ଚଲାଇବା ପୂର୍ବଭଳି ଜାରି ରହିବ ।