ବୁଲଡୋଜର ବିରୋଧୀ ଆବେଦନର ଶୁଣାଣି କରିବେ ସୁପ୍ରିମକୋଟ
ନିକଟରେ ପ୍ରଶାସନ ପକ୍ଷରୁ କରାଯାଉଥିବା ଉଚ୍ଛେଦକୁ ସଂଗଠନ ବେଆଇନ ଦର୍ଶାଇଛି…
ନୂଆଦିଲ୍ଲୀ : ଉତ୍ତର ପ୍ରଦେଶରେ ବିଭିନ୍ନ ଲୋକଙ୍କ ଘରର ଉପରେ ବୁଲଡୋଜର ଚାଲିବା ଘଟଣାକୁ ନେଇ ସୃଷ୍ଟି ହୋଇଥିବା ବିବାଦର ଶୁଣାଣି କରିବେ ସୁପ୍ରିମକୋର୍ଟ । ଉଚ୍ଛେଦ ବେଳେ ନିୟମରୁ ଅନୁପାଳନ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି କରି ଗୋଟିଏ ଆବେଦନ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା । ଏଥିସହ ବେଆଇନ ଭାବେ ଉଚ୍ଛେଦ କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ଆବେଦନରେ ଉଲ୍ଲେଖ କରାଯାଇଛି । ନିକଟରେ ପ୍ରଶାସନ ପକ୍ଷରୁ କରାଯାଉଥିବା ଉଚ୍ଛେଦକୁ ସଂଗଠନ ବେଆଇନ ଦର୍ଶାଇଛି ।
ପ୍ରଶାସନ ପକ୍ଷରୁ ୱେଲଫେୟାର ପାର୍ଟି ଅଫ ଇଣ୍ଡିଆର ନେତା ଜାଭେଦ ମହମ୍ମଦଙ୍କ ଘରକୁ ମଧ୍ୟ ଭଙ୍ଗା ଯାଇଛି । ଏହାକୁ ସ୍ଥାନୀୟ ଲୋକମାନେ ବେଆଇନ ଉଚ୍ଛେଦ ଭାବେ ଅବିହିତ କରିଛନ୍ତି । କିନ୍ତୁ ଜାଭେଦଙ୍କ ପରିବାର ପକ୍ଷରୁ ମାମଲା ଲଢ଼ୁଥିବା ଓକିଲ ପ୍ରଶାସନ ଘର ଖାଲି କରିବାକୁ ନୋଟିସ ଦେଇଥିବା କହିଛନ୍ତି । ବିଭିନ୍ନ ବିକ୍ଷୋଭରେ ସାମିଲ ହେଉଥିବା ଲୋକଙ୍କ ଘରକୁ ପ୍ରଶାସନ ବେଆଇନ କହି ଭାଙ୍ଗି ଦେଉଥିବାରୁ ଏବେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି ।