ଟୀକାକରଣକୁ ନେଇ ସୁପ୍ରିମକୋର୍ଟଙ୍କ ବଡ ବୟାନ
ଦେଶରେ କରୋନା ସଂକ୍ରମଣ ମାମଲା ପୁଣିଥରେ ବଢିବାରେ ଲାଗିଛି । ଇତିମଧ୍ୟରେ କରୋନା….
ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ମାମଲା ପୁଣିଥରେ ବଢିବାରେ ଲାଗିଛି । ଇତିମଧ୍ୟରେ କରୋନା ଭ୍ୟାକ୍ସିନ ସହ ଜଡିତ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ସରକାରଙ୍କ ଟିକାକରଣ ନୀତିକୁ ସଠିକ ଦର୍ଶାଇଛନ୍ତି । ଏହା ବୈଜ୍ଞାନିକଙ୍କ ସାକ୍ଷ୍ୟ ଉପରେ ଆଧାରିତ ହେବା ସତ୍ତେ୍ୱ କାହାକୁ ବି ଟିକା ଲଗାଇବାକୁ ବାଧ୍ୟତାମୂଳକ କରାଯାଇପାରିବ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ସେହିପରି ଟିକା ନ ଲଗାଇଥିବା ଲୋକ ସାର୍ବଜନିକ ସୁବିଧା ବ୍ୟବହାର କରିବାରୁ ବଞ୍ଚିତ ରହିବାର ଆଦେଶକୁ ରାଜ୍ୟ ସରକାର ହଟାଇ ଦିଅନ୍ତୁ ବୋଲି ସୁପ୍ରିମକୋର୍ଟ ପରାମର୍ଶ ଦେଇଛନ୍ତି । ଏଥିସହିତ ଭ୍ୟାକ୍ସିନର କ୍ଲିନିକାଲ ଟ୍ରାଏଲର ସଂଖ୍ୟାକୁ ସାର୍ବଜନିକ କରିବାକୁ କୋର୍ଟ କହିଛନ୍ତି ।