ନୂଆଦିଲ୍ଲୀ: କାବୁଲ ଏୟାରପୋର୍ଟରୁ ୧୫୦ଜଣଙ୍କୁ ତାଲିବାନମାନେ ଅପହରଣ କରି ନେଇଛନ୍ତି। ସେଥି ମଧ୍ୟରେ କେତେକ ଭାରତୀୟ ଥିବା ନେଇ ମଧ୍ୟ ସୂଚନା ମିଳିଛି। ଅପହୃତ ଲୋକମାନଙ୍କୁ ତାଲିବାନମାନେ କେଉଁଠିକୁ ନେଇଛନ୍ତି, ସେ ବାବଦରେ କୌଣସି ତଥ୍ୟ ହସ୍ତଗତ ହୋଇନାହିଁ। କିନ୍ତୁ ତାଲିବାନ ପ୍ରବକ୍ତା ଅହମଦୁଲ୍ଲା ବାସିକ ଅପହରଣ କଥାକୁ ସ୍ପଷ୍ଟ ଭାବେ ଖଣ୍ଡନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ସରକାର ନିଜ ନାଗରିକଙ୍କୁ ସେଠାରୁ ଆଣିବା ପ୍ରକ୍ରିୟା ଜୋରଦାର କରିଛନ୍ତି। ହେଲେ ଏବେ ବି ଆଫଗାନିସ୍ଥାନରେ ଅନେକ ଭାରତୀୟ ଫସି ରହିଛନ୍ତି।