ନୂଆଦିଲ୍ଲୀ : ଖୁବଶୀଘ୍ର କୋଭିଡର ତୃତୀୟ ଲହର ଆସିବ । ଏନେଇ ଏମ୍ସର ଡାକ୍ତର ସଞ୍ଜୟ କେ ରାୟ ଏନେଇ ସୂଚନା ଦେଇଛନ୍ତି । ଏହାପୂର୍ବରୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଜାରି କରି କହିଥିଲା ଯେ, କୋଭିଡର ତୃତୀୟ ଲହର ୟିରୋପ ଓ ଏସିଆରେ ବିଶେଷ ପ୍ରଭାବ ପକାଇବ । ୨୦୨୨ ଫେବୃଆରୀ ସୁଦ୍ଧା ୫ ଲକ୍ଷରୁ ଅଧିକ ମୃତ୍ୟ ହେବ ବୋଲି ଅନୁମାନ କରାଯାଉଛି । ଡକ୍ଟର ରାୟ କହିଛନ୍ତି ଫେବୃଆରୀ ସୁଦ୍ଧା ଏହି ଅଞ୍ଚଳରେ ୫ ଲକ୍ଷରୁ ଅଧିକ ମୃତ୍ୟୁ ରେକର୍ଡ ହୋଇପାରେ ।