ଲକ୍ଷେ୍ନø: ପୂର୍ବାଞ୍ଚଳ ଏକ୍ସପ୍ରେସରେ ଟୋଲ୍ ମିଟର ଆରମ୍ଭ ହୋଇଯାଇଛି । ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଉପରେ ମୋଟ ଟୋଲ ଟ୍ୟାକ୍ସ ୮୩୩ଟଙ୍କା ହେବ । ଆଗ୍ରା-ଲଖନଉ ଏକ୍ସପ୍ରେସ୍ ୱେ ଭଳି ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଉପରେ ଟୋଲ ଟ୍ୟାକ୍ସରେ ୨୫% ରିହାତି ରହିବ । ଏହାର ବାସ୍ତବିକ ଟୋଲ୍ ଟ୍ୟାକ୍ସ ୬୨୫ ଟଙ୍କା ଦେବାକୁ ପଡିବ । ସେହିପରି ପୂର୍ବାଞ୍ଚଳ ଏକ୍ସପ୍ରେସରେ ଲକ୍ଷେ୍ନø ଠାରୁ ଗାଜୀପୁର ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ଗାଡି ପାଇଁ ଟୋଲ ଦର ନିର୍ଦ୍ଧାରିତ କରାଯାଇଛି ।
ଅନ୍ୟପକ୍ଷରେ କାର, ଜିପ, ଭ୍ୟାନ୍ ଓ ଲାଇଟ ମୋଟର ପାଇଁ ୬୭୫ ଟଙ୍କା ରଖାଯାଇଛି । ହାଲୁକା ବ୍ୟବସାୟିକ ବାହନ, ହାଲୁକା ମାଲ ପରିବହନ ବାହାନ ପାଇଁ ୧୦୬୫ ଟଙ୍କା, ବସ-ଟ୍ରକ ଲାଗି ୨୧୪୫ ଟଙ୍କା, ଭାରୀ ନିର୍ମାଣ କାର୍ଯ୍ୟ ମେସିନ, ଭୁ-ଗତିମାନ ଉପସ୍କାର ଅଥବା ମଲ୍ଟି ଏକ୍ସସେଲ ଗାଡି ପାଇଁ ୩୨୮୫ ଟଙ୍କା ଓ ଓଭରସାଇଜ ଗାଡ ପାଇଁ ୪୧୮୫ ଟଙ୍କା ଟୋଲ ଟ୍ୟାକ୍ସ ଆଦାୟ ହେବ । ସେହିପରି ପୂର୍ବାଞ୍ଚଳ ଏକ୍ସପ୍ରେସ୍ ଦେଶର ଅନ୍ୟ ବୃହତ୍ତ ସଡକ ତୁଳନାରେ ସ୍ୱତନ୍ତ୍ର । ଏହି ଏକ୍ସପ୍ରେସ୍ ନିର୍ମାଣ ପାଇଁ ୧୧,୨୧୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି ।