ମୁମ୍ବାଇ: ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ଦୀପାବଳି ପାଳନ କରିଛନ୍ତି । ବର୍ତ୍ତମାନ ପ୍ରିୟଙ୍କା ନିକଙ୍କ ସହ ଦୀପାବଳିର ଫଟୋ ସେୟାର କରିଛନ୍ତି । ପ୍ରିୟଙ୍କା ବିଦେଶରେ ରହିକି ବି ଦେଶର ସଂସ୍କୃତିକୁ ଭୁଲି ନାହାନ୍ତି । ସେ ସେଠାରେ ଥିବା ସମସ୍ତ ଭାରତୀୟ ପର୍ବକୁ ମଧ୍ୟ ପାଳନ କରନ୍ତି । ବର୍ତ୍ତମାନ ପ୍ରିୟଙ୍କା ଦୀପାବଳି ଅବସରରେ ନିକଙ୍କ ସହ ଲକ୍ଷ୍ମୀ ପୂଜା କରିଥିଲେ । ସେ ତାଙ୍କ ଇନଷ୍ଟାରେ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ଦୁହେଁ ପାରମ୍ପରିକ ଆଉଟଫିଟରେ ନଜର ଆସୁଛନ୍ତି । ହାତରେ ପୂଜା ଥାଳି ଧରି ଦୁହେଁ ପୂଜା କରୁଥିବା ନଜର ଆସୁଛନ୍ତି । ତାଙ୍କର ଏହି ଫଟୋକୁ ଫ୍ୟାନ୍ସ ବେଶ୍ ପସନ୍ଦ କରୁଛନ୍ତି । ଯାହା ଏବେ ଭାଇରାଲ ହେବାରେ ଲାଗିଛି ।