ଫୁଟ୍‌ପାଥରେ‌ ଶୋଇଥିବା ଶ୍ରମିକଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ସୁରଟ(ଏସ୍ ନ୍ୟୁଜ): ଗୁଜୁରାଟ ଜିଲ୍ଲା ସୁରଟର କିମ୍‌ ଚାର୍‌ ରାସ୍ତାର ଫୁଟ୍‌ପାଥରେ ଶୋଇଥିବା ୧୮ ଜଣ ଶ୍ରମିକଙ୍କ ଉପରେ ଏକ ଟ୍ରକ୍‌ ଚଢ଼ିଯିବାରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଶ୍ରମିକଙ୍କ ଘର ରାଜସ୍ଥାନ ଜିଲ୍ଲାର ବନଶ୍ବାରା ରେ ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ ଶ୍ରମିକମାନେ ଫୁଟ୍‌ପାଥ୍‌ରେ ଶୋଇଥିବା ବେଳେ ସେହି ରାସ୍ତାରେ ଯାଉଥିବା ଏକ ଟ୍ରକ୍‌କୁ ଆଖୁ ବୋଝେଇ ଟ୍ରାକ୍ଟରଟି ଆସି ପିଟି ଦେଇଥିଲା। ଫଳରେ ଟ୍ରକ୍‌ ଚାଳକ ଜଣକ ନିୟନ୍ତ୍ରଣ ହରାଇ ଫୁଟ୍‌ପାଥ୍‌ ଉପରକୁ ମାଡ଼ି ଯାଇଥିଲେ। ସେଠାରେ ଶୋଇଥିବା ସମସ୍ତ ଶ୍ରମିକଙ୍କ ଉପରେ ଗାଡ଼ି ଚଢ଼ି ଯାଇଥିଲା। ସମୁଦାୟ ୧୮ ଜଣ ଶ୍ରମିକଙ୍କ ମଧ୍ୟରୁ ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ବାକି ୫ ଜଣ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।