ତାଇୱାନ ପ୍ରସଙ୍ଗରେ ଆମେରିକା ଓ ଚୀନ ମୁହାଁମୁହିଁ

ନୂଆଦିଲ୍ଲୀ : ତାଇୱାନ ପ୍ରସଙ୍ଗରେ ପୁଣିଥରେ ଆମେରିକା ଓ ଚୀନ ମୁହାଁମୁହିଁ ହୋଇଛନ୍ତି । ଚୀନ ତାଇୱାନ ଉପରେ ଆକ୍ରମଣ କଲେ ଆମେରିକା ସେନା ତାଇୱାନକୁ ସହାୟତା କରିବ ବୋଲି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଘୋଷଣା କରିବା ନେଇ ଚୀନର ତୀବ୍ର ପ୍ରତିକ୍ରିୟା ପରେ ସ୍ଥିତି ବିସ୍ଫୋରକ ରୂପ ନେଇଥିବା ଜଣାପଡିଛି ।