ୟୁକ୍ରେନକୁ ୮୯ ମିଲିୟନ ଡଲାର ସହାୟତା କରିବ ଆମେରିକା

ଏହି ଯୁଦ୍ଧ ସମୟରେ ୟୁକ୍ରେନରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି….

ନୂଆଦିଲ୍ଲୀ: ଯୁଦ୍ଧରେ କ୍ଷତିଗ୍ରସ୍ତ ୟୁକ୍ରେନକୁ ପୁଣି ଥରେ ସହାୟତାର ହାତ ବଢାଇଛି ଆମେରିକା । ଏଥି ପାଇଁ ଆମେରିକା ଘୋଷଣା କରିଛି ୟୁକ୍ରେନକୁ ଆର୍ଥିକ ବର୍ଷ ୨୦୨୨ରେ ୮୯ ମିଲିୟନ ଡଲାର ଆର୍ଥିକ ସହାୟତା ପ୍ରଦାନ କରିବ । ୟୁକ୍ରେନରେ ଟ୍ରେନ୍‌ ଓ ଅନ୍ୟଜିନିଷର ବିକାଶ ପାଇଁ ଅମେରିକା ଏହି ରାଶି ପ୍ରଦାନ କରିବାକୁ ଚାହିଁଛି । ସୂଚନାଯୋଗ୍ୟ, ଗତ ଫେବୃଆରୀ ୨୪ ତାରିଖ ଠାରୁ ଋଷିଆ ଓ ୟୁକ୍ରେନ୍‌ ମଧ୍ୟରେ ଜାରି ରହିଛି । ଏହି ଯୁଦ୍ଧ ସମୟରେ ୟୁକ୍ରେନରେ ବ୍ୟାପକ ଧନଜୀବନ ନଷ୍ଟ ହୋଇଛି ।