ୟୁଏସ ତିଆରି କରୁଛି ଶକ୍ତିଶାଳୀ ଟ୍ରାକିଂ ସାଟେଲାଇଟ
ଆହୁରି ମଧ୍ୟ ଇଣ୍ଟରକଣ୍ଟିନ୍ଟେଲ, ହାଇପରସୋନିକ ମିସାଇଲର ଗତିକୁ ଟ୍ରାକ କରିହେବ….
ନୂଆଦିଲ୍ଲୀ: ବିଶ୍ୱର ଚାଇନା-ଆମେରିକା ଦେଶ ଏବେ ନିଜ ଅସ୍ତଶସ୍ତ୍ର ବଢାଇବାରେ ଲାଗିଛନ୍ତି । ଘାତ଼କ ମିସାଇଲ ଓ ଡିଫେନ୍ସ ସିଷ୍ଟମ ତିଆରି କରୁଛନ୍ତି । ନିକଟରେ ୟୁଏସ ସ୍ପେସ ଡେଭଲେପମେଣ୍ଟ ଏଜେନ୍ସି ମିସାଇଲ ଟ୍ରାକିଂ ସାଟେଲାଇଟ ତିଆରି ନେଇ ଚୁକ୍ତି କରିଛି । ଏହି ସାଟେଲାଇଟରେ ଚାଇନା-ଋଷିଆ ମିସାଇଲକୁ ଟ୍ରାକ କରିହେବ । ଏଲ-୩ ହାରିସ୍ ଓ ରିପୋର୍ଟ ଅନୁସାରେ, ୨୦୨୫ ସୁଦ୍ଧା ଏହି ସବୁ ସାଟେଲାଇଟକୁ ଲଞ୍ଚ କରାଯିବ । ଥରେ ଏହାର ଉତକ୍ଷେପଣ ହେଲେ ଏହା ସମସ୍ତ ମିସାଇଲ ସିଷ୍ଟମକୁ ଟ୍ରାକ କରିପାରିବ । ଆହୁରି ମଧ୍ୟ ଇଣ୍ଟରକଣ୍ଟିନ୍ଟେଲ, ହାଇପରସୋନିକ ମିସାଇଲର ଗତିକୁ ଟ୍ରାକ କରିହେବ ।ସେହିପରି ଟ୍ରାକିଂ ସାଟେଲାଇଟରେ ହାଇପରସୋନିକ ମିସାଇଲ, ଏହାର ସଠିକ ଦିଗ ଉପରେ ନଜର ରଖାଯାଇପାରିବ । ନିକଟରେ ଋଷିଆ ୟୁକ୍ରେନ ବିରୋଧରେ ହାଇପରସୋନିକ ମିସାଇଲ ବ୍ୟବହାର କରିଥିଲା । ଚାଇନା ବି ହାଇପରସୋନିକ ମିସାଇଲ କ୍ଷେତ୍ରରେ ଅନେକ କାମ କରୁଛି । ତେବେ ଆମେରିକା ୨୦୨୫ରେ ଲଞ୍ଚ କରାବ ଓ ଏହା ୨୦୨୬ ସୁଦ୍ଧା କାର୍ଯ୍ୟକ୍ଷମ ହେବ ।