ସାରା ଭାରତକୁ କଡ଼ା, ନିଜ ଘରକୁ ଢିଲା

ଡାଭୋଲଙ୍କ ସୁରକ୍ଷା ଦାୟିତ୍ୱରୁ ତିନି ବିଦା

ଡିଆଇଜି ଓ କମାଣ୍ଡାଂଟଙ୍କୁ ଅନ୍ୟତ୍ର ବଦଳି…..

ନୂଆଦିଲ୍ଲୀ: ପାକିସ୍ତାନରେ ସର୍ଜିକାଲ ଷ୍ଟ୍ରାଇକ୍‌ କରି ଦୁନିଆକୁ ଚହଲାଇ ଦେଇଥିବା ଭାରତର ପ୍ରତିରକ୍ଷା ପରାମର୍ଶଦାତା ଅଜିତ ଡାଭୋଲ ନିଜ ଘରକୁ ସର୍ଜିକାଲ ଷ୍ଟ୍ରାଇକ୍‌ରୁ ରକ୍ଷା କରିପାରିଲେନି । ଅବଶ୍ୟ ଘଟଣାର ଛାନଭିନ୍‌ କରି ସୁରକ୍ଷା ଦାୟିତ୍ୱରେ ଥିବା ତିନିଜଣ କମାଣ୍ଡୋଙ୍କୁ ଚାକିରିରୁ ଛଟେଇ କରାଯିବା ସହିତ ଡିଆଇଜି ଓ ଜଣେ କମାଣ୍ଡାଂଟ ର‍୍ୟାଙ୍କ୍‌ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରାଯାଇଛି । ମାମଲା ୨୦୨୨ ଫେବୃଆରୀ ୧୬ ତାରିଖର । ସକାଳ ୭ଟା ୪୫ ମିନିଟରେ ଲାଲରଙ୍ଗର ଏସ୍‌ୟୁଭି ଚଳାଇ ଜଣେ ବ୍ୟକ୍ତି ଡୋଭାଲଙ୍କ ଘର ପାଖରେ ପହଂଚିଲା । ପୁଲିସ ସଂପୃକ୍ତ ବ୍ୟକ୍ତିକୁ ଧରିବା ପରେ ଜଣାପଡ଼ିଲା, ଅଭିଯୁକ୍ତଙ୍କ ନାମ ଶାନ୍ତନୁ ରେଡ୍ଡୀ ଓ ଘର କର୍ଣ୍ଣାଟକ । ସେ ଚଳାଉଥିବା କାରଟି ଭଡ଼ା ସୂତ୍ରରେ ଆଣିଥିଲା ।

ଅନୁସନ୍ଧାନରୁ ଜଣାପଡ଼ିଲା ଯେ ସଂପୃକ୍ତ ବ୍ୟକ୍ତିଙ୍କର ମୁଣ୍ଡ ଦୋଷ ଥିଲା । ପ୍ରଥମେ ଅଭିଯୁକ୍ତ ପୁଲିସକୁ କହିଥିଲା ଯେ ତା’ ଶରୀରରେ ରିମୋଟ୍‌ ଚାଳିତ ଚିପ୍‌ ଲାଗିଛି । ଯାଂଚ କରିବାରୁ ଅଭିଯୁକ୍ତଙ୍କ ଶରୀରରୁ ସେଭଳି କିଛି ମିଳି ନଥିଲା । ଏବେ କଥା ଉଠୁଛି, ସବୁଠାରୁ ସୁରକ୍ଷିତ ଇଲାକାରେ ବେଆଇନ୍‌ ଅନୁପ୍ରବେଶକୁ କେନ୍ଦ୍ର କରି ଡାଭୋଲ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଜନପଥସ୍ଥିତ ୫ ନମ୍ବର ଘରେ ଡୋଭାଲ ରୁହନ୍ତି । ଉକ୍ତ ଘରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦ୍ର କୁମାର ଗୁଜରାଲ ରହୁଥିଲେ । ଡୋଭାଲଙ୍କ ଘର ପାଖରେ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ଓ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଘର । ଡୋଭାଲଙ୍କୁ ଜେଡ୍‌ ପ୍ଲସ ସୁରକ୍ଷା ପ୍ରଦାନ କରାଯାଇଛି ।