ପ୍ରେମ ଶବ୍ଦଟି ପୁତିନଙ୍କୁ ବିରକ୍ତ କରୁଛି

ଏହି ସପ୍ତାହଟିକୁ ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁତିନ ପାଳନ …

ନୂଆଦିଲ୍ଲୀ: ଚାଲିଛି ଭାଲେଂଟାଇନ୍‌ ଡେ’ । ଏହି ସପ୍ତାହଟିକୁ ରୁଷ ରାଷ୍ଟ୍ରପତି ଭ୍ଲାଡିମୀର ପୁତିନ ପାଳନ କରିଛନ୍ତି ତୋପକୁ ମାଳା ପିନ୍ଧାଇ । ଅହଂକାରୀ ଲୋକ ଆଉ କାହାକୁ ଭଲ ପାଇବ? ଗୋଳାବାରୁଦ, ତୋପ, ମିଶାଇଲ୍‌, ଟ୍ୟାଙ୍କ, ଲଢୁଆ ଜେଟ୍‌କୁ ପ୍ରେମ କରିବା ପରେ ଆଉ ସବୁ ତୁଚ୍ଛ ହୋଇଯାଇଛି ପୁତିନଙ୍କ ନିକଟରେ । ୟୁକ୍ରେନକୁ ରୁଷିଆରେ ମିଶାଇବାର ଆଶା ଦିନକୁ ଦିନ କ୍ଷୀଣ ହେଉଛି । ଛୋଟ ଦେଶଟିଏ ହେଲେ ମଧ୍ୟ ତା’ର ଦୁନିଆରେ ମୁଣ୍ଡ ଉଠାଇ ବଂଚିବାର ଅଧିକାର ଅଛି ।
ସ୍ୱାଭିମାନ ବଂଚାଇବା ପାଇଁ ୟୁକ୍ରେନକୁ ବାଧ୍ୟ ହୋଇ ରୁଷିଆ ସହ ଯୁଝିବାକୁ ପଡୁଛି । ଦୁଇଦିନ ଭିତରେ ୟୁକ୍ରେନକୁ ଦଖଲ କରିବାର ସ୍ୱପ୍ନ ଦେଖୁଥିବା ରୁଷସେନା ମନରେ ଆଉ ପୂର୍ବର ତେଜ ନାହିଁ ।
ୟୁକ୍ରେନକୁ ହମଲା କଲେ ଯୁକ୍ତରାଷ୍ଟ୍ର ଆମେରିକା ପ୍ରତ୍ୟକ୍ଷ ଯୁଦ୍ଧରେ ଯୋଗଦାନ କରିବ ବୋଲି ରୁଷିଆ ଭାବୁଥିଲା । ୟୁକ୍ରେନ ମନରେ ମଧ୍ୟ କୋଉଠି ନା କୋଉଠି ଗୋଟିଏ ଆଶା ଜାଗିଥିଲା । ମାତ୍ର ଚତୁର ବାଇଡେନ୍‌ ଜଣେ ବିଚକ୍ଷଣ ପ୍ରେମୀ ।
ତୃତୀୟ ବିଶ୍ୱଯୁଦ୍ଧର ସୂତ୍ରପାତ କରି ଦୁନିଆ ମୁହଁରୁ ହସ ଛଡ଼ାଇ ନେବା ବଦଳରେ ସେ ୟୁକ୍ରେନକୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ପଠାଇ ଦେଲେ । ପୁତିନକୁ ବିଶ୍ୱ ଦୃଷ୍ଟିରେ ଖଳନାୟକ ରୂପେ ସଜାଇଦେଲେ । ବିଶ୍ୱବାସୀଙ୍କ ଦୃଷ୍ଟିରେ ପୁତିନଙ୍କ ପ୍ରତି ଆଉ ଶ୍ରଦ୍ଧା ଓ ସମ୍ମାନ ନାହିଁ । ମିଳିତ ଜାତିସଂଘରେ ଆଉ ପୁତିନଙ୍କ ପତିଆରା ନାହିଁ ।