ଭାରତକୁ ୧.୭୫ ବିଲିୟନ ଡଲାରର ଋଣ ମଞ୍ଜୁରୀ ଦେଲା ବିଶ୍ୱ ବ୍ୟାଙ୍କ

ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତି ଭୂମି ସଜାଡ଼ିବା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ…

ନୂଆଦିଲ୍ଲୀ: ଭାରତର ଅର୍ଥନୀତିରେ ସୁଧାର ଆଣିବା ପାଇଁ ଋଣ ଆକରରେ ସହାୟତା ଘୋଷଣା କରିଛି ବିଶ୍ୱ ବ୍ୟାଙ୍କ । ଭାରତ ପାଇଁ ୧.୭୫ ବିଲିୟନ୍‌ ଡଲାର ଅର୍ଥାତ ୧୩,୮୩୪.୫୪ କୋଟି ଟଙ୍କାର ଋଣ ମଞ୍ଜୁରୀ କରାଯାଇଛି । ଏହି ଅର୍ଥ ପ୍ରଧାନମନ୍ତ୍ରୀ ଆୟୁସମାନ ଭାରତ ସ୍କିମ ଏବଂ ବିସରକାରୀ କ୍ଷେତ୍ରରେ ନିବେଶ ପାଇଁ ଖର୍ଚ୍ଚ କରାଯିବ । ଯାହାକି ଦେଶର ଅର୍ଥନୀତିକୁ ବୃଦ୍ଧି କରିବାରେ ସହାୟକ ହେବ । ଯାହାକି ଭାରତର ସ୍ୱାସ୍ଥ୍ୟ କ୍ଷେତ୍ରରେ ସହାୟକ ହେବ ବୋଲି ଆଶା କରାଯାଉଛି । ବିଶ୍ୱ ବ୍ୟାଙ୍କ ଏହି ଏକ ବିଲିୟନ ଡଲାର୍‌ ଦେଇଛି । ଦେଶରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭିତ୍ତି ଭୂମି ସଜାଡ଼ିବା ପାଇଁ ଏହି ଟଙ୍କା ଖର୍ଚ୍ଚ ହେବ । ମିଳିଥିବା ସୂଚନା ଅନୁସାରେ ମଞ୍ଜୁରୀ ପାଇଥିବା ୨ଟି ଲୋନ ମଧ୍ୟରୁ ଗୋଟିଏ କେବଳ ୭ ରାଜ୍ୟ ପାଇଁ ଖର୍ଚ୍ଚ ହେବ ।

ଆନ୍ଧ୍ରପ୍ରଦେଶ, କେରଳ, ମେଘାଳୟ, ଓଡ଼ିଶା, ପଞ୍ଜାବ, ତାମିଲନାଡ଼ୁ ଏବଂ ଉତ୍ତର ପ୍ରଦେଶ ପାଇଁ ଗୋଟିଏ ଲୋନ ରାଶି ଖର୍ଚ୍ଚ ହେବ । ମୋଟ ଲୋନ ମଧ୍ୟରୁ ୧ ବିଲିୟନ ଡଲାର ସ୍ୱାସ୍ଥ୍ୟ କ୍ଷେତ୍ରରେ ଖର୍ଚ୍ଚ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ୭୫୦ ମିଲିୟନ ଡଲାର ବେସରକାରୀ କ୍ଷେତ୍ରରେ ନିବେଶ ପାଇଁ ଖର୍ଚ୍ଚ ହେବ ।