ନୂଆଦିଲ୍ଲୀ : ରୁଷୟ-ୟୁକ୍ରେନ ମଧ୍ୟରେ ଚାଲିଥିବା ଘୋମାଘୋଟ ଯୁଦ୍ଧ ଥମିବାର ନା ନେଉନାହିଁ । ଏହାମଧ୍ୟରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମୀର ଜେଲେନସ୍କି ପ୍ରଥମଥର ଜାତିସଂଘ ନିରାପତ୍ତା ପରିଷଦକୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମୀର ଜେଲେନସ୍କି କହିଛନ୍ତି ଯେ ଅନ୍ୟ ଆତଙ୍କବାଦୀ ରାଷ୍ଟ୍ର ତୁଳନାରେ ରୁଷ୍ କମ ନୁହେଁ । ନିକଟରେ ୟୁକ୍ରେନର ବୁକା ସହରରୁ ଶତାଧିକ ଲୋକଙ୍କ ଶବ ଉଦ୍ଧାର କରାଯାଇଥିବାବେଳେ ରୁଷ ସେନାର ବର୍ବରତାର କାହାଣୀ ସାମ୍ନାକୁ ଆସିଛି । ରୁଷ ସେନା ସାଧାରଣ ଲୋକଙ୍କୁ ଏଭଳି ନିର୍ମମଭାବେ ହତ୍ୟା କରାଯିବାର ଦୃଷ୍ଟାନ୍ତ କେବଳ ଆତଙ୍କବାଦୀମାନେ ଦେଇଥାନ୍ତି ବୋଲି ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମୀର ଜେଲେନସ୍କି କହିଛନ୍ତି ।
ୟୁକ୍ରେନ ରାଷ୍ଟ୍ରପତି ଭୋଲଡୋମୀର ଜେଲେନସ୍କି ଆହୁରି କହିଛନ୍ତି ଯେ, ସାରା ବିଶ୍ୱ ରୁଷର ଅସଲ ଚେହେରା ଦେଖନ୍ତୁ ବୋଲି କହିଛନ୍ତି । ସୁଚନାଯୋଗ୍ୟ ଯେ, ରୁଷ୍-ୟୁକ୍ରେନ ଯୁଦ୍ଧ ୪୧ ଦିନରେ ପହଞ୍ଚିଥିବାବେଳେ ରୁଷ ସେନା ମାଇକୋଲେଭ ସହର ଉପରେ ପ୍ରବଳ ବୋମାମାଡ କରିଛି । ଏଥିରେ ୧୦ ଜଣ ସାଧାରଣ ଲୋକ ପ୍ରାଣ ହରାଇଥିବାବେଳେ ଶତାଧିକ ଆହତ ହୋଇଥିବା ଜେଲେନସ୍କି କହିଛନ୍ତି ।