ୱାଶିଂଟନ: ଆମେରିକାରେ ପୁଣିଥରେ ବିପଦ ଦେଖାଦେଇଛି କରୋନା ମହାମାରୀ । ଆଉ ଏହି ବିପଦ ହେଉଛି ଓମିକ୍ରନ । ବିଶେଷଜ୍ଞ ଡାକ୍ତର ଆନ୍ଥୋନୀ ଫୌସି କହିଛନ୍ତି ଓମିକ୍ରନ ଅନେକ ସମସ୍ୟା ସୃଷ୍ଟି କରିପାରେ । ଏମିତିକି ମୃତ୍ୟୁର କାରଣ ମଧ୍ୟ ସାଜିପାରେ । ସେ ଆହୁରି କହିଛନ୍ତି ଯଦି ଲୋକ ସଂକ୍ରମିତ ହେଉଛନ୍ତି ତେବେ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ମଧ୍ୟ ଅଧିକ ହୋଇପାରେ ।
ଏକ ରିପୋର୍ଟ ଅନୁସାରେ କୋଭିଡ-୧୯ ମାମଲାରେ ହସ୍ପିଟାଲରେ ରୋଗୀ ଭର୍ତ୍ତି ହେବା ସଂଖ୍ୟା ଗତ ମାସରେ ୪୫ ପ୍ରତିଶତ ବୃଦ୍ଧି ପାଇଛି । ଯେଉଁଠି କି ମାମଲା ୪୦ ପ୍ରତିଶତ ବଢି ୧୨୩,୦୦୦ ନୂଆ କେସ୍ ସାମ୍ନାକୁ ଆସିଛି । ଆମେରିକା ଅଧିକାରୀ କହିଛନ୍ତି ଏବେ ଚାଲିଛି ଶୀତ ଋତୁ । ତେବେ ଏହି ଋତୁରେ ଲୋକଙ୍କୁ ଏହି ରୋଗର ସାମ୍ନା କରିବାକୁ ପଡିପାରେ । ବିଶେଷ କରି ଯେଉଁମାନେ ଟିକା ନେଇନାହାଁନ୍ତି ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହେବେ । ଏମିତି ସମସ୍ୟା ହେବ ଯେ ମୃତ୍ୟୁ ସଂଖ୍ୟା ବି ବଢିପାରେ । ଗତ ସପ୍ତାହରେ ଆମେରକାରେ କରୋନାରେ ମୃତ୍ୟୁବରଣ କରିଥିବା ବ୍ୟକ୍ତି ତାଲିକା ବଢିଛି ।