ୱାର୍ଲ୍ଡ ବୁକ ଅଫ ରେକର୍ଡରେ ଅଟଳ ଟନେଲ

ନୂଆଦିଲ୍ଲୀ : ସମୁଦ୍ର ପତ୍ତନ ଠାରୁ ୧୦ ହଜାର ଫୁଟ ଉଚ୍ଚ଼ତାରେ ରହିଥିବା ବିଶ୍ୱର ଦୀର୍ଘତମ ନିର୍ମିତ ହାଇୱେ ଅଟଳ ଟନେଲ ୱାର୍ଲଡ ବୁକ୍‌ ଅଫ ରେକର୍ଡସରେ ସ୍ଥାନ ପାଇଛି । ନୂଆଦିଲ୍ଲୀରେ ଆୟୋଜିତ ଏକ ଐତିହାସିକ ଉତ୍ସବରେ ବିଆରଓର ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ରାଜୀବ ଚୌଧୁରୀ ଏହି ପ୍ରମାଣପତ୍ର ଗ୍ରହଣ କରିଛନ୍ତି ।

ସୂଚନାଯୋଗ୍ୟ ଯେ ୨୦୨୦ ଅକ୍ଟୋବର ୩ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଲୋକାର୍ପଣ କରିଥିଲେ । ହିମାଚଳ ପ୍ରଦେଶର ଲେହ-ମନାଲି ରାଜପଥରେ ଏହି ଟନେଲ ଅବସ୍ଥିତ । ଏହି ଟନେଲ ହେବା ଯୋଗୁ ମନାଲି-ସାର୍ଚୁ ମଧ୍ୟରେ ଦୂରତା ୪୬ କିମି ହ୍ରାସ ପାଇଛି ।