ଲୋନ ନ ଦେବାରୁ ବ୍ୟାଙ୍କ ଜାଳିଦେଲେ ଯୁବକ

ବେଙ୍ଗାଲୁରୁ: ଲୋନ ନ ଦେବାରୁ ବ୍ୟାଙ୍କ ଜାଳିଦେଇଛନ୍ତି ଜଣେ ଯୁବକ । ସୂଚନା ଅନୁଯାୟୀ ଲୋନ ପାଇଁ କର୍ଣ୍ଣାଟକର ଜଣେ ବ୍ୟକ୍ତି ବ୍ୟାଙ୍କକୁ ଯାଇଥିଲେ । କିନ୍ତୁ ବ୍ୟାଙ୍କ ଉକ୍ତ ବ୍ୟକ୍ତିଙ୍କୁ ଲୋନ ଦେବାକୁ ମନା କରିଦେଇଥିଲେ । ଫଳରେ ବ୍ୟକ୍ତି ଜଣଙ୍କ ରାଗିଯାଇ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ ।

ପୋଲିସ ସୂଚନା ଅନୁସାରେ ଅଭିଯୁକ୍ତ ଜଣଙ୍କ ଲୋନ ନେବା ପାଇଁ ବ୍ୟାଙ୍କରେ ଆବେଦନ କରିଥିଲେ । କିନ୍ତୁ ବ୍ୟାଙ୍କ ତାଙ୍କୁ ଲୋନ ଦେବାକୁ ମନା କରିଦେଇଥିଲା । ଫଳରେ ଅଭିଯୁକ୍ତ ଉତ୍ତ୍ୟକ୍ତ ହୋଇ ବ୍ୟାଙ୍କରେ ନିଆଁ ଲଗାଇ ଦେଇଥିଲେ । ସେହିପରି ଅଭିଯୁକ୍ତକୁ ପୋଲିସ ହାତରେ ଧରାପଡିଛି ବୋଲି ଜଣାପଡିଛି ।