ଜୟପୁର: ରାଜସ୍ଥାନର ଜଣେ ଉଚ୍ଚ ଶିକ୍ଷିତ ଯୁବକ ଯୌତୁକ ବାବଦକୁ ପାଇବାକୁ ଯାଉଥିବା ନଗଦ ୫ ଲକ୍ଷ ଟଙ୍କା ଗ୍ରହଣ କଲେନି ।
କନ୍ୟାପିତା କୌଣସି ଚାପରେ ନ ପଡ଼ି ଟଙ୍କା ଦେଉଥିବା କହିବା ପରେ ମଧ୍ୟ ଯୁବକ ଜଣକ ଅନିଚ୍ଛା ପ୍ରକାଶ କରିଥିଲେ ।
ଯୁବକଙ୍କର ଏଭଳି ଆଭିମୁଖ୍ୟକୁ ପ୍ରଶଂସା କରିଛନ୍ତି ସଂପୃକ୍ତ ଅଂଚଳର ବାସିନ୍ଦା ।
ଯୁବକଙ୍କ ନାମ ପରମବୀର ରାଠୋର ଓ ତାଙ୍କ ବୟସ ୩୦ ବର୍ଷ ।
ଆଇଏଏସ୍ ଆଶାୟୀ ପରମବୀର ଯୌତୁକ ପ୍ରଥାକୁ ଘୋର ବିରୋଧ କରନ୍ତି । ସେ କହନ୍ତି, ‘ମୋ ଭଳି ଉଚ୍ଚ ଶିକ୍ଷିତ ଯୁବକମାନେ ସମାଜକୁ କଳଙ୍କିତ କରୁଥିବା କିଛି ପ୍ରଥାକୁ ସଂପୂର୍ଣ୍ଣ ଲୋପ କରିବା ପାଇଁ ଆଗେଇ ଆସିବା ଦରକାର ।’
ପରମବୀରଙ୍କ ବାପା ଈଶ୍ୱର ସିଂ କହନ୍ତି, ଆଜିକାଲି ଝିଅମାନେ କୌଣସି ଗୁଣରେ କମ୍ ନୁହନ୍ତି । ଆମେ କନ୍ୟାପିତାଙ୍କ ନିକଟରୁ ଯୌତୁକ ବାବଦକୁ କେବଳ ଗୋଟିଏ ନଡ଼ିଆ ଓ ଏକ ଟଙ୍କିଆ ମୁଦ୍ରାଟିଏ ଗ୍ରହଣ କରି ଭାରି ଖୁସି ।