ଚଣ୍ଡିଗଡ: ସାରା ଦେଶରେ ଦ୍ରୁତ ଗତିରେ ମାଡି ଚାଲିଛି କରୋନା ସଂକ୍ରମଣ । ସେହିପରି ସ୍କୁଲ କଲେଜ ପରେ ଏବେ ବିମାନ ଭିତରେ କରୋନା ବିସ୍ଫୋରଣ ହୋଇଛି । ପଞ୍ଜାବର ଅମୃତସର ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଇଟାଲୀରୁ ଆସିଥିବା ୧୨୫ ଜଣ ଯାତ୍ରୀ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ବିମାନରେ ୧୮୨ ଯାତ୍ରୀରୁ ୧୨୫ ଜଣ କୋଭିଡରେ ଆକ୍ରାନ୍ତ ହୋଇଥିବା ସୂଚନା ମିଳିଛି ।
ସମସ୍ତଙ୍କୁ ଅମୃତସରରେ କ୍ୱାରେଣ୍ଟାଇନରେ ରଖା ଯାଇଛି । ବିମାନବନ୍ଦରର ନିର୍ଦ୍ଦେଶକ କହିଛନ୍ତି, ଏକ ଚାର୍ଟାଡ ବିମାନରେ ଆସିଥିବା ସବୁ ଯାତ୍ରୀଙ୍କର କୋଭିଡ୍ ପରୀକ୍ଷା କରାଯାଇଥିଲା ଯେଉଁଥିରୁ ୧୨୫ ଜଣ ପଜିଟିଭ ହୋଇଥିବା ଜଣାପଡିଥିଲା । ସୂଚନାଯୋଗ୍ୟ ଯେ, ଦେଶରେ ଗତ ୨୪ ଘଣ୍ଟାରେ ୯୦ ହଜାରରୁ ଉଦ୍ଧ୍ୱର୍ ନୂଆ ମାମଲା ଆସିଛି ।