ତାଜମହଲରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନାହିଁ: ଏଏସଆଇ

ତୃଣମୂଳ କଂଗ୍ରେସ ପ୍ରବକ୍ତା ସକେତ ଗୋଖଲେଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା…

ନୂଆଦିଲ୍ଲୀ : ଆଗ୍ରା ତାଜମହଲରେ କୌଣସି ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ନାହିଁ କିମ୍ବା ମନ୍ଦିର ଜମି ଉପରେ ଏହି ଐତିହାସିକ ସ୍ମାରକୀ ନିର୍ମାଣ ହୋଇନାହିଁ । ଏକ ଆରଟିଆଇ ଆବେଦନ ଉପରେ ଏପରି ଜବାବ ଦେଇଛି ଏଏସଆଇ । ତୃଣମୂଳ କଂଗ୍ରେସ ପ୍ରବକ୍ତା ସକେତ ଗୋଖଲେଙ୍କ ପକ୍ଷରୁ ଏହି ଆବେଦନ କରାଯାଇଥିଲା । ସେ ଦୁଇଟି ପ୍ରଶ୍ନ ପଚାରିଥିଲେ । ପ୍ରଥମତଃ ବାସ୍ତବରେ ମନ୍ଦିର ଜମିରେ ତାଜମହଲ ନିର୍ମାଣ ହୋଇଛି କି ଦ୍ୱିତୀୟରେ, ବନ୍ଦ କଠୋରୀରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଅଛି ନା ନାହିଁ । ଏହାର ଉତ୍ତରରେ ତାଜମହଲ ଭିତରେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଥିବା କୌଣସି ବନ୍ଦ କୋଠରୀ ନାହିଁ ବୋଲି ଏଏସଆଇ କହିଛି । ସୂଚନାଯୋଗ୍ୟ ଯେ, ତାଜମହଲର ବନ୍ଦ କୋଠରୀରେ ହିନ୍ଦୁ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ଥିବା ଦାବି କରାଯାଇ ମାମଲା କାଠଗଡାରେ ପହଞ୍ଚିଥିଲା ।