ଦେଶରେ ଚତୁର୍ଥ ଲହର ସମ୍ଭାବନା ନାହିଁ: ଆଇସିଏମଆର

ବିଶେଷଜ୍ଞ ଡକ୍ଟର ସଂଜୟ ରାୟ କହିଛନ୍ତି ଯେ କରୋନା କୁଆଡେ଼ ଯାଇନାହିଁ…

ନୂଆଦିଲ୍ଲୀ : ଦେଶରେ ଏବେ କରୋନା ମାମଲା ପୁଣି ଥରେ ବୃଦ୍ଧି ପାଉଛି । ଏହି କାରଣରୁ ଦେଶରେ ଚତୁର୍ଥ ଲହରର ସମ୍ଭାବନା ପ୍ରକାଶ ପାଇଛି । ବିଶେଷଜ୍ଞମାନେ ଏହାର ସମ୍ଭାବନାକୁ ବହୁତ କମ ଦେଖନ୍ତି । ଆଇସିଏମଆରର ଅତିରିକ୍ତ ମହାନିର୍ଦ୍ଦେଶକ କହିଛନ୍ତି ଯେ, ଚତୁର୍ଥ ଲହର ଆସୁଛି ବୋଲି କହିବା ଭୁଲ, ଆମକୁ ଜିଲ୍ଲା ସ୍ତରର ତଥ୍ୟ ଯାଞ୍ଚ କରିବା ଆବଶ୍ୟକ । ସେ କହିଛନ୍ତି ଯେ, କେତେକ ଜିଲ୍ଲାରେ କରୋନା ରୋଗର ବୃଦ୍ଧି ସମଗ୍ର ଦେଶରେ ବୃଦ୍ଧି ବୋଲି ବିବେଚନା କରାଯାଇପାରିବ ନାହିଁ । କରୋନାର ସମସ୍ତ ପ୍ରକାର ଚିନ୍ତାର ବିଷୟ ନୁହେଁ ।

ଏଥି ସହିତ ଏମ୍ସ ବିଶେଷଜ୍ଞ ଡକ୍ଟର ସଂଜୟ ରାୟ କହିଛନ୍ତି ଯେ କରୋନା କୁଆଡେ଼ ଯାଇନାହିଁ । ଏହି ଭାଇରସ ଯିବା ଆସିବା କରିବ । ଯେଉଁଠାରେ ପ୍ରାକୃତିକ ସଂକ୍ରମଣ ହୋଇଛି, ସେଠାରେ ସଂକ୍ରମଣର ତୀବ୍ରତା ବହୁତ କମ ହେବ । ତେଣୁ ଏହାକୁ ଚତୁର୍ଥ ଲହର ଭାବରେ ଦେଖାଯିବା ଉଚିତ ନୁହେଁ ।