ଇସଲାମବାଦ : ପାକିସ୍ତାନରେ କ୍ଷମତା ହରାଇ ସାରିଥିବା ଇମ୍ରାନ ଖାନଙ୍କର ସମସ୍ତ କାଡର ଫେଲ ହେବାପରେ ଭାରତକୁ ନେଇ ପୁଣି ଆକ୍ରମଣ କରିଛନ୍ତି । ଇମ୍ରାନ ଖାନ ଦାବି କରିଥିଲେ ଯେ ହିନ୍ଦୁସ୍ତାନୀ ଥିଙ୍କ ଟ୍ୟାଙ୍କ ପାକିସ୍ତାନକୁ ୩ ଭାଗରେ ବିଭାଜିତ କରିବାକୁ ଚାହୁଁଛନ୍ତି । ପୂର୍ବ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ କହିଛନ୍ତି ଯେ ଭାରତ ତାଙ୍କୁ ସ୍ୱତନ୍ତ୍ର ବିଦେଶ ନୀତି କାରଣରୁ ପସନ୍ଦ କରେନାହିଁ । ଇମ୍ରାନ ଖାନ ଜୋର ଦେଇଛନ୍ତି ଯେ ବିଦେଶରେ ଭାରତୀୟ ଥିଙ୍କ ଟ୍ୟାଙ୍କ ବଲୁଚିସ୍ତାନକୁ ଅଲଗା କରିବାର ଯୋଜନା ପ୍ରସ୍ତୁତ କରୁଛନ୍ତି । ଭାରତୀୟ ଥିଙ୍କ ଟେକ ପାଖରେ ଏହିଭଳି ଯୋଜନା ରହିଛି ।