ବ୍ୟାଙ୍ଗକକ: ଥାଇଲାଣ୍ଡର ଏକ ନାଇଟ୍ କ୍ଲବରେ ଘଟିଛି ଅଭାବନୀୟ ଘଟଣା । ଏଠାରେ ଚୋନବୁରି ପ୍ରୋଭିନ୍ସ ଅଞ୍ଚଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟି ୧୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୫ ଜଣ ଆହତ ହୋଇଛନ୍ତି । ଥାଇଲାଣ୍ଡ ରାଜଧାନୀ ବ୍ୟାଙ୍ଗକକର ଦକ୍ଷିଣପୂର୍ବ ଅଞ୍ଚଳରେ ଏହି ଅଘଟଣ ଘଟିଥିବା ପୁଲିସ କହିଛି । ପୁଲିସର କହିବା ଅନୁଯାୟୀ ସେମାନେ ମାଉଣ୍ଟେନ ବି ନାଇଟ କ୍ଲବରେ ରାତି ଗୋଟାଏ ବେଳେ ଅଗ୍ନିକାଣ୍ଡ ଘଟିଥିବା ଖବର ପାଇଥିଲେ । ଖବର ପାଇ ଦମକଳବାହିନୀ ଓ ଉଦ୍ଧାରୀକାରୀଦଳ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ ।