ନୂଆଦିଲ୍ଲୀ : ପୂର୍ବ ଲଦ୍ଦାଖର ଗଲୱାନ ଘାଟୀରେ ୨୦୨୦ ଜୁନ ମାସରେ ଭାରତ ଓ ଚୀନ ସୈନିକଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିଲା । ଏହି ହିଂସାରେ କର୍ଣ୍ଣ?ଲ ସନ୍ତୋଷ ବାବୁ ସମେତ ଭାରତର ୨୦ ଜଣ ଯବାନ ସହିଦ ହୋଇଥିଲେ । କିନ୍ତୁ ଚୀନ ଉପରେ ସଂଘର୍ଷ ପରେ ନିଜର ସୈନିକଙ୍କ ମୃତ୍ୟୁ ଲୁଚାଇବା ଅଭିଯୋଗ ହୋଇଆସୁଛି । ଏବେ ଏହି ମାମଲାର ବଡ ଖୁଲାସା ହୋଇଛି । ହିଂସା ସମୟରେ ଚୀନର ୩୮ ଜଣ ସୈନିକ ନଦୀରେ ବୁଡିଯାଇଥିଲେ । ଏହି ଘଟଣା ଅଷ୍ଟ୍ରେଲିଆର ଗଣମାଧ୍ୟମ ଦାବି କରିଛି । କିନ୍ତୁ ଚୀନ କହିଥିଲା ଯେ, ଏହି ହିଂସାରେ ୪ଜଣ ସୈନିକଙ୍କ ମୃତ୍ୟୁ ହୋଇଥିଲା ।
ଅଷ୍ଟ୍ରେଲିଆ ଖବରକାଗଜ ‘ଦ କ୍ଲାକ୍ସନ’ରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ, ଗଲୱାନ ସଂଘର୍ଷରେ ଚୀନର ପିଏଲଏର ଅନେକ ଯବାନ ନଦୀରେ ପ୍ରବାହିତ ହୋଇଯାଇଥିଲେ । ଅଷ୍ଟ୍ରେଲିଆ ଗଣମାଧ୍ୟମର ଏହି ରିପୋର୍ଟ ପୁଣି ଥରେ ଚୀନର ମିଛକୁ ବିଶ୍ୱ ଆଗରେ ଧରାପକାଇଛି । ରିପୋର୍ଟରେ ଚୀନ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ୱେଇବୋ ପକ୍ଷରୁ କୁହାଯାଇଛି ଯେ, ଘଟଣାଦିନ ୩୮ ଜଣ ସୈନିକ ପାଣିରେ ବୁଡିଯାଇଥିଲେ । କିନ୍ତୁ ଚୀନ ମାତ୍ର ୪ ଜଣଙ୍କ ମୃତ୍ୟୁ ନେଇ ମୁହଁ ଖୋଲିଥିଲା ।