ସାରା ଅଲ୍ଲୀଙ୍କ ପ୍ରେମରେ ଉବୁଟୁବୁ ଏହି ଭାରତୀୟ କ୍ରିକେଟର!
ଏହି ଭିଡିଓରେ ସାରା ଏବଂ ଶୁଭମନ ଡିନର କରୁଥିବା ଦେଖିବାକୁ ମିଳିଥିଲା….
ମୁମ୍ୱାଇ : ବଲିଉଡ-କ୍ରିକେଟର ପ୍ରେମ ଇତିହାସରେ ଯୋଡି ହେବାକୁ ଯାଉଛନ୍ତି ଆଉ ଗୋଟିଏ ଯୋଡି । ଏହି ଯୋଡି ହେଉଛନ୍ତି ସାରା ଅଲି ଖାନ୍ ଏବଂ ଶୁଭମନ ଗିଲ । ସାରା ଏବଂ ଶୁଭମନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଉଭୟ ରେଷ୍ଟୁରାଣ୍ଟରେ ଏକାଠି ବସିଥିବାର ଦେଖିଥିଲେ । ଏପରିକି ଉଭୟଙ୍କର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା । ଏହି ଭିଡିଓରେ ସାରା ଏବଂ ଶୁଭମନ ଡିନର କରୁଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓ ଦେଖିବା ପରେ ଭାଇରାଲ ହେବା ଆରମ୍ଭ ହୋଇଥିଲା । ସେମାନଙ୍କର ଡେଟିଂ ଚାଲିଥିବା ଖବର ଭାଇରାଲ ହେବାରେ ଲାଗିଛି ।