ମୁମ୍ବାଇ: ଲୋକପ୍ରିୟ ଟିଭି ଧାରାବାହିକ ଶକ୍ତିମାନ ଏବେ ପୁଣିଥରେ ବଡ ପରଦାରେ ଆସିବାକୁ ଯାଉଛି । ଏଥର ଦର୍ଶକମାନେ ସିନେମା ହଲ୍ରେ ଶକ୍ତିମାନକୁ ଦେଖିବେ । ଏନେଇ ଟିଜର ରିଲିଜ୍ ହୋଇଛି । ଏନେଇ ପ୍ରଯୋଜନା ସଂସ୍ଥା ସୋନି ପିକ୍ଚର ଇଣ୍ଟରନ୍ୟାସନାଲ ପ୍ରଡକ୍ସନ ସୂଚନା ଦେଇଛି । ତେବେ ରିଲିଜ୍ ହୋଇଥିବା ଟିଜରରେ ଶକ୍ତିମାନର ସମ୍ପୂର୍ଣ୍ଣ ଚେହେରା ଦେଖାଯାଉ ନାହିଁ । କେବଳ ଶକ୍ତିମାନର ପୋଷାକ ଦେଖିବାକୁ ମିଳିଛି । ଏହି ଟିଜର ଦେଖି ଲାଗୁଛି ଯେ, ଶକ୍ତିମାନ ଏଥର ସମ୍ପୂର୍ଣ୍ଣ ଆଧୁନିକ ଓ ହଲିଉଡ ଫିଲ୍ମ ଷ୍ଟାଇଲରେ ତିଆରି ହେବ । ସେହିପରି ମୁକେଶ ଖାନ୍ନା ପୂର୍ବଭଳି ଶକ୍ତିମାନ ଚରିତ୍ରରେ ଅଭିନୟ କରିବେ ।
ସୂଚନାଯୋଗ୍ୟ ଯେ, ଶକ୍ତିମାନ ଫିଲ୍ମ ହେବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଏହାକୁ ନେଇ କୌଣସି ସୂଚନା ଜଣାପଡୁନଥିଲା । ହେଲେ ଏହି ଫିଲ୍ମରେ ଇଣ୍ଡିଆର ସୁପର ଷ୍ଟାର ନଜର ଆସିବେ ବୋଲି ଜଣାପହିଛି ।