ନୂଆଦିଲ୍ଲୀ : ଆଜି ବର୍ଷ ୨୦୨୨-୨୩ ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ମନିଟାରି ପଲିସି ବା ମୁଦ୍ରା ନୀତି କମିଟି ବୈଠକ ବସିଥିବା ବେଳେ ରେପୋରେଟକୁ ନେଇ ବଡ ଘୋଷଣା କରିଛନ୍ତି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ । ଚଳିତ ଆର୍ଥିକ ବର୍ଷରେ ବି ଅପରିବର୍ତ୍ତିତ ରହିଲା ରେପୋରେଟ୍ ଓ ରିଭର୍ସ ରେପୋରେଟ୍ ହାର । କ୍ରମାଗତ ଭାବରେ ଦଶମ ଥର ପାଇଁ ଆରବିଆଇ ରେପୋରେଟ୍ କୁ ଅପରିବର୍ତ୍ତିତ ରଖିଛି ।
ପୂର୍ବ ବର୍ଷ ଭଳି ବର୍ଷ ୨୦୨୨-୨୩ରେ ରେପୋରେଟ୍ ୪ ପ୍ରତିଶତ ଓ ରିଭର୍ସ ରେପୋ ରେଟ୍ ୩.୩୫ ପ୍ରତିଶତ ରହିଛି । ତେବେ ଚଳିତ ବର୍ଷ ଏମଏସଏଫ୍ ଓ ବ୍ୟାଙ୍କ ହାର ମଧ୍ୟ ୪.୨୫ ପ୍ରତିଶତରେ ଅପରିବର୍ତ୍ତିତ ରହିଛି । ଆସନ୍ତା ଆର୍ଥିକ ବର୍ଷରେ ୭.୮ ଜିଡିପି ଅଭିବୃଦ୍ଧିର ଲକ୍ଷ୍ୟ ରଖାଯାଇଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ଆରବିଆଇ ରେପୋରେଟ୍?କୁ ଅପରିବର୍ତ୍ତିତ ରଖିଥିବା ଆଜି ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ସୂଚନା ଦେଇଛନ୍ତି ।