ଉତ୍ତରାଖଣ୍ଡରେ ରାୱତଙ୍କ ନିଧନରେ ତିନି ଦିନିଆ ଜାତୀୟ ଶୋକ

ଡେରାଡୁନ: ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଜେନେରାଲ ବିପିନ ରାୱତଙ୍କ ସମେତ ୧୩ ଜଣ ସେନା ଅଧିକାରୀଙ୍କ ସମ୍ମାନରେ ଉତ୍ତରାଖଣ୍ଡ ସରକାର ରାଜ୍ୟରେ ତିନି ଦିନିଆ ଜାତୀୟ ଶୋକ ଘୋଷଣା କରିଛନ୍ତି । ଫଳରେ ତିନିଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାତୀୟ ପତାକା ଅର୍ଦ୍ଧ ନିମିତ ହୋଇ ରହିବ ।

ତାମିଲନାଡୁର କୁନ୍ନୁରରେ ସେନାର ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ସିଡିଏସ ବିପିନ ରାୱତଙ୍କ ସମେତ ୧୩ ଅଧିକାରୀଙ୍କ ମରଶରୀର ଦିଲ୍ଲୀରେ ପହଞ୍ଚି ସାରିଛି । ପାଲମ ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ସମସ୍ତ ବୀରଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ସହ ଗଭୀର ସମବେଦନା ବ୍ୟକ୍ତ କରିଛନ୍ତି ।