ପାକିସ୍ତାନ ହିଂସାରେ ତିନି ପୋଲିସ କର୍ମଚାରୀଙ୍କ ମୃତ

ଲାହୋର: ପାକିସ୍ତାନର ବିଭିନ୍ନ ସ୍ଥାନରେ ଟିଏଲପି ଓ ପୋଲିସ ମଧ୍ୟରେ ସଂଘର୍ଷ ହୋଇଛି । ଟିଏଲପି ମୁଖ୍ୟ ସାଦ୍‌ ରିଜଭିଙ୍କୁ ମୁକ୍ତି ଏବଂ ଫ୍ରାନ୍ସ ରାଷ୍ଟ୍ରଦୂତଙ୍କ ବହିସ୍କାର ଦାବିରେ ସୃଷ୍ଟି ହୋଇଛି ଏହି ହିଂସା । ଇମ୍ରାନ ସରକାରଙ୍କ ସହ ଟିଏଲପି ସମର୍ଥକଙ୍କ ଆଲୋଚନା ବିଫଳ ହେବା ପରେ ଏହି ହିଂସା ସୃଷ୍ଟି ହୋଇଛି । ଏହି ହିଂସାରେ ତିନି ଜଣ ପୋଲିସ କର୍ମଚାରୀଙ୍କର ମୃତୁ ହେବା ସହ ୭୦ ଜଣ ଆହାତ ହୋଇଛନ୍ତି । ଏବେ ବି ୮ ହଜାରରୁ ୧୫ ହଜାର ଟିଏଲପି ସମର୍ଥକ ରହିଛନ୍ତି । ସବୁଠାରୁ ବଡ଼ କଥା ହେଉଛି ସେମାନଙ୍କ ପାଖରେ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ପାକିସ୍ତାନର ମନ୍ତ୍ରୀ ଶେଖ ରସିଦ୍‌ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି କି ଟିଏଲପି ଏବେ ଉଗ୍ରରୂପ ଧାରଣ କରିଛି । ସେ କହିଛନ୍ତି ଯେ, ଟିଏଲପି ସମର୍ଥକମାନେ ପୋଲିସ ଉପରକୁ ଗୁଳିମାଡ କରିଥିଲା । ଯାହାଫଳରେ ୩ ଜଣ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୭୦ ଜଣ ଆହାତ ହୋଇଥିବା ସୂଚନା ମିଳିଛି । ଏହି ସ୍ଥିତିକୁ ଆୟତ୍ତ କରିବା ପାଇଁ ପଞ୍ଜାବ ପ୍ରଦେଶରେ ରେଞ୍ଜର ନିୟୋଜିତ କରାଯାଇଛି ବୋଲି ସେ କହିଛନ୍ତି ।