ଦିଲ୍ଲୀରେ ଭୟଙ୍କର ଝଡରେ ୩ ମୃତ୍ୟୁ

: ରାଜଧାନୀ ଦିଲ୍ଲୀରେ ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଫଳରେ ପ୍ରବଳ ବର୍ଷା…..

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଅଚାନକ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ହୋଇଛି । ଫଳରେ ପ୍ରବଳ ବର୍ଷା ଓ ପବନ ହୋଇଥିବା ଦେଖିବାକୁ ମିଳିଛି । ଦିଲ୍ଲୀର ଅନେକ ସ୍ଥାନରେ ପବନର ବେଗ ଶହେ କିଲୋମିଟର ରହିଥିବା ନେଇ ପାଣିପାଗ ବିଭାଗ କହିଛି । ଅତ୍ୟଧିକ ବେଗରେ ପବନ ବହିବା ଫଲରେ ଦିଲ୍ଲୀର ଅନେକ ସ୍ଥାନରେ ରାସ୍ତା କଡରେ ଥିବା ଗଛଗୁଡିକ ଉପୁଡି ପଡିବା ସହ ଯାତାୟାତରେ ଅସୁବିଧା ଦେଖା ଦେଇଛି । ସେପଟେ ପ୍ରବଳ ବର୍ଷା ଓ ପବନ ଯୋଗୁ ଦୁଇ ଜଣ ବ୍ୟକ୍ତିଙ୍କୁ ମୃତ୍ୟୁ ହୋଇଛି । ଗଛ ପଡି ଜଣଙ୍କରମୃତ୍ୟୁ ହୋଇଥିବା ବେଳେ ଏକ ଘର ବାଲକୋନିର କିଛି ଅଂଶ ଭାଙ୍ଗି ଜଣେ ୫୦ ବର୍ଷୀୟ ବ୍ୟକ୍ତିଙ୍କ ଉପରେ ପଡିବାରୁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।

ସେହିପରି ପ୍ରହ୍ଲାଦପୁରୀ ଅଣ୍ଡରପାସରେ ବର୍ଷା ଯୋଗୁ ପ୍ରବଳ ପାଣି ଭର୍ତ୍ତି ହୋଇଯାଇଥିଲା । ଫଳରେ ଏହି ବର୍ଷା ପାଣିରେ ବୁଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ସେପଟେ ଝଡ ବର୍ଷା ଯୋଗୁ ଜାମା ମସଜିଦର ଗମ୍ବୁଜ ୩ ଖଣ୍ଡ ହୋଇ ଯାଇଛି । ତେବେ ଝଡ ବର୍ଷା ଯୋଗୁ ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି ।