Tiger Sanctuary : ଶୁକ୍ରବାର ଦିନ କର୍ଣ୍ଣାଟକ ଅନ୍ତର୍ଗତ ବନ୍ଦିପୁର ବ୍ୟାଘ୍ର ଅଭୟାରଣ୍ୟରେ ବାଘ-ବାଘୁଣୀ ଘମାଘୋଟ ଲଢ଼େଇକୁ ଦର୍ଶକମାନେ ମନଭରି ଉପଭୋଗ କରିଥିଲେ । ସାଧାରଣତଃ ଜଙ୍ଗଲରେ ପଶୁ-ପଶୁ ଭିତରେ ଲଢ଼େଇ ମାମୁଲି । କିନ୍ତୁ ଅଭୟାରଣ୍ୟ ସୀମା ବାହାରେ ହିଂସ୍ରଜନ୍ତୁଙ୍କ ଲଢ଼େଇକୁ ନିୟନ୍ତ୍ରଣ କରିବା କାଠିକର ପାଠ କହିଛନ୍ତି ଅଭୟାରଣ୍ୟ ନିର୍ଦ୍ଦେଶକ ପ୍ରଭାକରନ୍ ।
ବାଘୁଣୀଟିର ବୟସ ପ୍ରାୟ ୧୧ ବର୍ଷ ହେବ । ବାଘ-ବାଘୁଣୀ ଲଢ଼େଇ ଚାଲିଥିବା ବେଳେ ସ୍ଥାନୀୟ ଲୋକମାନେ ଓ ପର୍ଯ୍ୟଟକମାନେ ହାତରେ ଧରିଥିବା ମୋବାଇଲରେ ଲଢ଼େଇ ସୁଟିଂ କରୁଥିଲେ । ବନ କର୍ମଚାରୀମାନେ ପ୍ରାୟ ଅଢ଼େଇ ଘଂଟା କାଳ ଅକ୍ଲାନ୍ତ ପରିଶ୍ରମ କରି ବାଘ କବଳରୁ ବାଘୁଣୀଟିକୁ ଉଦ୍ଧାର କରିଥିଲେ ।
ଡାକ୍ତରୀ ପରୀକ୍ଷାରୁ ବାଘୁଣୀଟି ଗୁରୁତର ଆହତ ଜଣାପଡ଼ିଥିଲା । ବାଘୁଣୀଟିକୁ ସ୍ୱତନ୍ତ୍ର ଖୁଆଡ଼ ଭିତରେ ରଖାଯାଇଛି । ତା’ର ଚିକିତ୍ସା ଆରମ୍ଭ କରାଯାଇଛି । ଉପସ୍ଥିତ ଲୋକମାନେ ପାଟି କରିବା ଫଳରେ ବାଘଟି ଆହୁରି ଆକ୍ରମକ ହୋଇଯାଇଥିଲା । ବାଘୁଣୀଟିକୁ ଘନଘନ ଆକ୍ରମଣ କରିଥିଲା ।