ସଂସଦୀୟ ବଜେଟ୍ ଅଧିବେଶନ ୨୦୨୨ର ଦ୍ବତୀୟ ଭାଗରେ ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜମ୍ମୁ ଓ କଶ୍ମୀର ପାଇଁ ବଜେଟ୍ ଉପସ୍ଥାପନ କରିବାକୁ ଯାଉଛନ୍ତି। ଜମ୍ମୁ ଓ କଶ୍ମୀରର ସାଧାରଣ ବଜେଟ୍ ଉପରେ ନିଷ୍ପତ୍ତି ଗ୍ରହଣ କରାଯିବା ଲାଗି ଗୃହରେ ଆଲୋଚନା ଏବଂ ଭୋଟିଙ୍ଗ୍ ହେବ। ସଦ୍ୟତମ ସୂଚନା ଅନୁସାରେ, ଜମ୍ମୁ ଓ କଶ୍ମୀରର ବଜେଟ୍ କପିଗୁଡ଼ିକୁ ସଂସଦକୁ ଅଣାଯାଇ ସାରିଲାଣି। ଏବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ‘ବିଜ୍ନେସ୍ ଆଡ୍ଭାଇଜରି କମିଟି’ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଏହାପରେ ବଜେଟ୍ ଅଧିବେଶନର ଦ୍ବିତୀୟ ଭାଗ ଆରମ୍ଭ ହେବ।
ସଦ୍ୟତମ ସୂଚନା ଅନୁସାରେ, ଜମ୍ମୁ ଓ କଶ୍ମୀରର ବଜେଟ୍ କପିଗୁଡ଼ିକୁ ସଂସଦକୁ ଅଣାଯାଇ ସାରିଲାଣି। ଏବେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ‘ବିଜ୍ନେସ୍ ଆଡ୍ଭାଇଜରି କମିଟି’ ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଏହାପରେ ବଜେଟ୍ ଅଧିବେଶନର ଦ୍ବିତୀୟ ଭାଗ ଆରମ୍ଭ ହେବ।