ନୂଆଦିଲ୍ଲୀ: ଭାରତୀୟ ଦଳର ୱେଷ୍ଟଇଣ୍ଡିଜ୍ ଗସ୍ତର ୩ୟ ଚରଣ ଆରମ୍ଭ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୫ ମ୍ୟାଚ୍ର ଟ୍ବେଣ୍ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳାଯିବ। ୩ଟି ଫର୍ମାଟ ମଧ୍ୟରୁ ଟି୨୦ରେ ୱେଷ୍ଟଇଣ୍ଡିଜ୍ ଅପେକ୍ଷାକୃତ ଶକ୍ତିଶାଳୀ ଦଳ ।
ଘରୋଇ ୱେଷ୍ଟଇଣ୍ଡିଜ୍ ତା’ର ଦଳରେ ପ୍ରମୁଖ ଟି୨୦ ଖେଳାଳିଙ୍କୁ ସାମିଲ କରିଛି। ଅନ୍ୟପକ୍ଷରେ ଭାରତୀୟ ଦଳ ରୋହିତ ଶର୍ମା, ବିରାଟ କୋହଲି, ରବୀନ୍ଦ୍ର ଜାଡ଼େଜାଙ୍କ ପରି ଖେଳାଳିଙ୍କୁ ବିଶ୍ରାମ ଦେଇଛି। ହାର୍ଦିକ ପାଣ୍ଡ୍ୟା ନେତୃତ୍ବାଧୀନ ଭାରତୀୟ ଦଳରେ ଅଧିକାଂଶ ଯୁବ ଖେଳାଳି ରହିଛନ୍ତି ।