ଆଜି ବାୟୁସେନା ଦିବସ । ୧୯୩୨ ଅକ୍ଟୋବର ୮ରେ ୟୁକେର ରୟାଲ ଏୟାର ଫୋର୍ସକୁ ସହାୟତା ଯୋଗାଇବା ପାଇଁ ତତ୍କାଳୀନ ପରାଧୀନ ଭାରତରେ ବାୟୁସେନା ଦଳ ଗଠିତ ହୋଇଥିଲା । ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ମଧ୍ୟ ଭାରତୀୟ ବାୟୁସେନା ଦଳ ଗୁରୁତ୍ବପୂର୍ଣ୍ଣ ଭୂମିକା ତୁଲାଇଥିଲା ।
୧୯୫୦ରେ ଭାରତ ଗଣତନ୍ତ୍ର ରାଷ୍ଟ୍ର ହେବା ପରେ ସେହି ଦଳ ‘ଭାରତୀୟ ବାୟୁ ସେନା’ ନାମରେ ପରିଚିତ ହେଲା । ଅକ୍ଟୋବର ୮ତାରିଖକୁ ଆମ ଦେଶରେ ‘ଭାରତୀୟ ବାୟୁସେନା ଦିବସ’ ଭାବେ ପାଳନ କରାଯାଉଛି । ଭାରତୀୟ ବାୟୁ ମାର୍ଗର ସୁରକ୍ଷା କରିବା ହେଉଛି ଏହି ସେନାର ପ୍ରଥମ ଓ ପ୍ରଧାନ କର୍ତ୍ତବ୍ୟ।