ଆଜି ହେଉଛି ବିଶ୍ୱ ବନ୍ଧୁତା ଦିବସ

ବନ୍ଧୁତା ଦ୍ୱାରା ଶାନ୍ତି ର ମାର୍ଗ ପ୍ରଶସ୍ତ ହୋଇଥାଏ ।ଏହାଦ୍ୱାରା ସମଗ୍ର ବିଶ୍ୱରେ…

ବନ୍ଧୁତା ଦ୍ୱାରା ଶାନ୍ତି ର ମାର୍ଗ ପ୍ରଶସ୍ତ ହୋଇଥାଏ ।ଏହାଦ୍ୱାରା ସମଗ୍ର ବିଶ୍ୱରେ ଏକ ପରିବାର ବୋଧ ସୃଷ୍ଟି ହୋଇପାରିଥାଏ । ଅନେଇ ପ୍ରତି ବର୍ଷ ଜୁଲାଇ ୩୦ରେ ବନ୍ଧୁତା ଦିବସ ପାଳନ କରାଯାଇଥାଏ । ଏହା ଅନ୍ତର୍ଜାତୀୟ ବନ୍ଧୁତା ଦିବସ ଭାବରେରେ ଜଣାସୁଣା ।

୧୯୩୫ ରେ ଯୁକ୍ତରାଷ୍ଟ୍ର ରେ ଏହି ଦିନଟି ସମ୍ମାନାର୍ଥେ ପାଳନ କରାଯିବ ଆରମ୍ଭ ହୋଇଥିଲା |୧୯୫୮ ପାରାଗୁଏ ରେ ଜୋଏସ ହଲଙ୍କ ଦ୍ୱାରା ବନ୍ଧୁତା ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା | ପ୍ରଥମେ ଏହା ୨ ଅଗଷ୍ଟ ରେ ପାଳନ କରାଯାଇଥିଲା ପରେ ଏହା ୭ ଅଗଷ୍ଟ ରେ ପାଳନ କରାଯାଇଥିଲା । ୧୯୯୮ ରେ ବନ୍ଧୁତା ଦିବସ ପାଳନ ଅବସରେ ଜାତିସଂଗ ର ମହା ସଚିବ କୋଫି ଆନ୍ନାନ ଙ୍କ ସ୍ତ୍ରୀ ନାନେ ଆନ୍ନାନ ପିକି ପୂହଙ୍କୁ ମିଳିତ ଜାତିସଂଗରେ ବନ୍ଧୁତ୍ୱର ରାଷ୍ଟ୍ରଦୂତ ଭାବରେ ନାମିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ୟୁଏନ ଜନ ସୂଚନା ବିଭାଗ ଏବଂ ଡିଜ୍ନି ଏଣ୍ଟରପ୍ରାଇଜେସ ସହଭାଗିତାରେ ପ୍ରଯୋଜିତ କରାଯାଇଥିଲା । କ୍ୟାଥଲୀ ରିଫର୍ଡଙ୍କ ସହଯୋଗରେ ଏହା ଆୟୋଜିତ ହୋଇଥିଲା ।

୨୦୧୧ରେ ଜାତିସଂଘ ପକ୍ଷରୁ ଜୁଲାଇ ୩୦ରେ ଏହି ଦିବସ ପାଳନଲାଗି ନିଷ୍ପତି ଗ୍ରହଣ କରାଇଥିଲା ।ଏହି ଦିବସ ପାଳନ ଅବସରେ ବିଶ୍ୱ ସ୍ତରରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥାଏ ।