ଗୋଟିଏ ପ୍ଲାଟଫର୍ମରେ ରହିବେ ମୋଦୀ-ଜିନପିଙ୍ଗ

ଲଦାଖ: ପ୍ରଥମଥର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗଗୋଟିଏ ପ୍ଲାଟଫର୍ମରେ ଦେଖିବାକୁ ମିଳିବ। ପୂର୍ବ ଲଦାଖରେ ବାସ୍ତବ ସୀମାରେଖାରେ ଚାଲିଥିବା ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ଏବଂ ଜିନପିଙ୍ଗ ଗୋଟିଏ ପ୍ଲାଟଫର୍ମରେ ରହିବେ। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସାଂଘାଇ ସହଯୋଗ ସଂଗଠନ ବୈଠକରେ ସଦସ୍ୟ ଦେଶଗୁଡିକର ରାଷ୍ଟ୍ରମୁଖ୍ୟମାନେ ଯୋଗଦେବେ। ଏଥିରେ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ମଧ୍ୟ ଅଂଶଗ୍ରହଣ କରିବେ।

ତେବେ ପ୍ରକୃତ ସୀମାରେଖାରେ ହିଂସାତ୍ମକ ସଂଘର୍ଷ , ଭାରତ ଓ ଚୀନ୍ ମଧ୍ୟରେ ଅନେକ ସାମରିକ ଏବଂ କୂଟନୈତିକ ଆଲୋଚନା ବିଫଳ ହୋଇଥିବା ବେଳେ ଏହି ବୈଠକକୁ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି। ଗଲଭାନ ଘାଟିରେ ଚୀନ୍ ସୈନ୍ୟଙ୍କ ସହ ହିଂସାତ୍ମକ ସଂଘର୍ଷରେ ୨୦ ଜଣ ଭାରତୀୟ ସୈନିକଙ୍କ ମୃତ୍ୟୁ ପରେ ଉଭୟ ଦେଶ ମଧ୍ୟରେ ବିବାଦ ଲାଗି ରହିଛି। କୂଟନୈତିକ ସ୍ତରରେ ପରିସ୍ଥିତିକୁ ସ୍ୱାଭାବିକ କରିବା ପାଇଁ ସାମରିକ ଏବଂ କୂଟନୈତିକ ସ୍ତରରେ ଅନେକ ଆଲୋଚନା ହୋଇଥିଲା ହେଲେ ସବୁକିଛି ବିଫଳ ହୋଇଥିଲା। କରୋନା ମହାମାରୀ ଦୃଷ୍ଟିରୁ ଆଜିର ବୈଠକ ଭିଡିଓ କନଫରେନସିଂ ଜରିଆରେ ହେବ। ବୈଠକରେ ସାଂଘାଇ ସହଯୋଗ ସଂଗଠନର ପରବର୍ତ୍ତୀ ଏଜେଣ୍ଡା ଏବଂ ୨୦୧୫ ସୁଦ୍ଧା ସଂଗଠନର ନୀତି ଅନୁଯାୟୀ ବିକାଶ ନୀତି ଉପରେ ଆଲୋଚନା କରାଯିବ।