ଆଜି ପିଏମ୍-ସିଏମ୍ ଆଲୋଚନା

ନୁଆଦିଲ୍ଲୀ,(ଏସ୍ ନ୍ୟୁଜ): ଦେଶରେ କରୋନା ଭୁତାଣୁର ଦ୍ୱିତୀୟ ଲହର ଆରମ୍ଭ ହୋଇଯାଇଛି । ପ୍ରତ୍ୟେକ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେବେ ଏହାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଏନେଇ ଆଲୋଚନା କରିବେ । ବଢ଼ୁଥିବା ସଂକ୍ରମଣକୁ କିପରି ରୋକା ଯାଇ ପାରିବ, ଟିକାକରଣ ବ୍ୟବସ୍ଥା ଆଦି ଉପରେ ଫୋକସ୍ କରିବେ । ଆଜି ସନ୍ଧ୍ୟା ୬ଟା ୩୦ ମିନିଟରେ ମୁଖ୍ୟମନ୍ତ୍ରୀଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ଏହି ଆଲୋଚନା ଭର୍ଚୁଆଲ ମୋଡରେ ହେବ । ପ୍ରଧାନମନ୍ତ୍ରୀ ଏହି ଆଲୋଚନାରେ କିଛି ବଡ ନିଷ୍ପତି ନେଇପାରନ୍ତି ବୋଲି ଅନୁମାନ କରାଯାଉଛି ।

ସୁଚନାଯୋଗ୍ୟ, ଚଳିତ ସପ୍ତାହରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ, ୧୧ଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି । ସେଥିରେ ସେ କରୋନା ସଂକ୍ରମଣ ବୃଦ୍ଧି ଉପରେ ସମାକ୍ଷା କରିଥିଲେ । ବୈଠକ ହୋଇଥିବା ରାଜ୍ୟଗୁଡ଼ିକରେ ମହାରାଷ୍ଟ୍ର, ଛତିଶଗଡ, ଦିଲ୍ଲୀ, ଗୁଜୁରାଟ, ହରିୟାଣା, ହିମାଚଳ ପ୍ରଦେଶ, ଝାଡଖଣ୍ଡ,କର୍ଣ୍ଣାଟକ, ମଧ୍ୟପ୍ରଦେଶ, ପଞ୍ଜାବ ଏବଂ ରାଜସ୍ଥାନ ଅନ୍ତର୍ଭୁକ୍ତ ହୋଇଥିଲା ।