ନୂଆଦିଲ୍ଲୀ : ମହଙ୍ଗା ହେବ ଜାତୀୟ ରାଜପଥ ଟୋଲ ଟ୍ୟାକ୍ସ । ଭାରତୀୟ ରାଷ୍ଟ୍ରୀୟ ରାଜପଥ ପ୍ରାଧୀକରଣ ଟୋଲ ଟ୍ୟାକ୍ସରେ ୧୦ ରୁ ୬୫ ଟଙ୍କା ବଢାଇବାକୁ ନିଷ୍ପତ୍ତି ନେଇଛନ୍ତି । ଆଜିଠାରୁ ଏହି ନିୟମ ଲାଗୁ ହେବ । ସୂଚନା ଅନୁଯାୟୀ ଯଦି ରସୁଲପୁର ସିକ୍ରୋଡ (ଦୂରତା ୩୧ କି ମି)ରେ ଦିଲ୍ଲୀର ସାରାଇ କାଲେଖାନରୁ ଚଢୁଥିବା ଗାଡିଗୁଡିକ ୧୦୦ଟଙ୍କାର ଟିକସ ଦେବାକୁ ପଡିବ । ଯଦି ସାରାଇ କାଲେ ଖାନଙ୍କଠାରୁ ଯଦି ୪୫କିମି ଯାତ୍ରା କରୁଛି ତେବେ ଟୋଲ ଟ୍ୟାକ୍ସ ୧୩୦ ଟଙ୍କା ପଡିବ । ସେହିଭଳି ବସ-ଟ୍ରକ ପାଇଁ ରସୁଲପୁର ପାଇଁ ୩୪୫ ଟଙ୍କା, ଭୋଜପୁର ପାଇଁ ୪୩୫ ଟଙ୍କା ଏବଂ ମେନ ପ୍ଲାଜା କାଶୀ ପାଇଁ ୫୨୦ ଟଙ୍କା ଦେବାକୁ ପଡିବ ।