ନୂଆଦିଲ୍ଲୀ: ପ୍ୟାରିସରେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମାକ୍ରୋଙ୍କୁ ଟମାଟୋରେ ଆକ୍ରମଣ ହୋଇଛି । ନିକଟରେ ଫ୍ରାନ୍ସ ନିର୍ବାଚନ ଜିତିଥିବା ମାକ୍ରୋ ସାର୍ବଜନିକ ରୂପେ ବୁଲିବାକୁ ବାହାରିଥିଲେ । ସେହି ସମୟରେ ପ୍ୟାରିସର ଏକ ଲୋକାଲ ବଜାରେରେ କିଛି ଲୋକ ତାଙ୍କୁ ଘେରିବାକୁ ଚେଷ୍ଟା କରିଥିଲେ । ପରେ ମାକ୍ରୋଙ୍କ ଗାର୍ଡସ ଲୋକଙ୍କୁ ହଟାଇବାକୁ ଚେଷ୍ଟା କରିବାରୁ ସେମାନେ କ୍ରୋଧାନ୍ୱିତ ହୋଇ ଆକ୍ରମଣ କରିଥିଲେ । ଇତିମଧ୍ୟରେ ସେଠାରେ ଉପସ୍ଥିତ ଥିବା ଆଉ କିଛି ଲୋକ ବ୍ୟାଗରୁ ଟମାଟୋ କାଢି ଆକ୍ରମଣ କରିଥିଲେ । ଏଭଳି ସ୍ଥିତିରେ ଗାର୍ଡସ ତୁରନ୍ତ ଆକ୍ସନ ନେଇ ମାକ୍ରୋଙ୍କୁ ସୁରକ୍ଷିତ ଭାବେ ସେଠାରୁ କାଢିଥିଲେ । ସୂଚନାଯୋଗ୍ୟ ଯେ ଫ୍ରାନ୍ସ ରାଷ୍ଟ୍ରପତି ଇମେନୁଏଲ ମାକ୍ରୋ ଯେଉଁ ମାର୍କେଟରେ ପହଂଚିଥିଲେ ତାହା ଏକ ଫୁଡ ମାର୍କେଟ ଥିଲା । ସେଠାରେ ସେ ଲୋକଙ୍କ ସହ କଥା ହେଉଥିଲେ ସେହି ସମୟରେ କିଛି ଲୋକ ତାଙ୍କୁ ଆକ୍ରମଣ କରିଥିଲେ ବୋଲି ସୂଚନା ମିଳିଛି ।