ବିଦ୍ୟୁତ୍ ତାର ବାଜି ଖସିପଡ଼ିଲା ତାଲିମ ବିମାନ, ପାଇଲଟ୍ ଓ ଯାତ୍ରୀ ସୁରକ୍ଷିତ
ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ …
ଭୋପାଳ: ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ ୩୩ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ତଳକୁ ଖସିପଡ଼ିଛି। ପାଇଲଟ୍ ଏବଂ ଅନ୍ୟ ଜଣେ ଯାତ୍ରୀ ଆହତ ହୋଇଛନ୍ତି।
ସୂଚନା ମୁତାବକ ରେଡୱାର୍ଡ ଆଭିଏସନ୍ କମ୍ପାନୀର ବିମାନଟି ସିଓନି-ନାଗପୁର ଜାତୀୟ ରାଜପଥ ସୁକତାରା ଏୟାରଷ୍ଟ୍ରିପ୍ଠାରୁ ପ୍ରାୟ ଦୁଇ କିଲୋମିଟର ଦୂର ଆମାଗୋନ୍ କ୍ଷେତ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ପାଇଲଟ୍ ଅଜିତ ଚାଭଡା ଏବଂ ଅନ୍ୟ ଜଣେ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସେମାନଙ୍କୁ ବିଦ୍ୟୁତ୍ କମ୍ପାନୀ କର୍ମଚାରୀ, ଗ୍ରାମବାସୀ ଏବଂ ପୁଲିସ ଉଦ୍ଧାର କରିଛନ୍ତି। ଦୁଇଜଣ ବାରପଥରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ଏବଂ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣେ ଅଧିକାରୀ କହିଛନ୍ତି ।
ପ୍ରତ୍ୟକ୍ଷଦର୍ଶୀ କହନ୍ତି, ଅବତରଣ ସମୟରେ ବିମାନର ତଳ ଭାଗ ୩୩ କେଭି ବିଦ୍ୟୁତ୍ ତାରରେ ଆଘାତ ପାଇଥିଲା। ବିଦ୍ୟୁତ୍ ତାର ଛିଣ୍ଡି ଯାଇଥିଲା ଏବଂ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିଦ୍ୟୁତ ତାର ଛିଣ୍ଡିଯିବା ଫଳରେ ବିଦ୍ୟୁତ ସରବରାହ ବନ୍ଦ ହୋଇଥିଲା। ଫଳରେ ଏକ ବଡ଼ ଦୁର୍ଘଟଣାରୁ ଉଭୟ ବଂଚି ଯାଇଥିବା ଅଧିକାରୀ ଜଣକ କହିଛନ୍ତି।